ମୁରିବାହାଲରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ, ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନକୁ ସମର୍ଥନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ରାଧାକୃଷ୍ଣ ଓ ଶିବମନ୍ଦିର ସମ୍ମୁଖରେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟମାନେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନଙ୍କୁ ସମର୍ଥନ କରି ଜୟ କୋଶଲ ନାରା ଦେଇ ସମର୍ଥନ ଜଣାଇ ନୂତନ ରାଜ୍ୟ ଗଠନ ଦାବି ନେଇ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ସମର୍ଥନ କରିଥିଲେ । କୋଶଳ ମୁକ୍ତି ମୋର୍ଚ୍ଚାର ପଦ୍ମଲୋଚନ ସାହୁ, ସୁଧାଂଶୁ ପୋଢ଼ ଯାଦବ, କରନ ଜାଲ, ଗୋବିନ୍ଦ ସେଠ ଉଦିତ କଟା, ସଦା ଜାଲ , ଶିବା ରାଉତ, ପପୁନ ହାତୀ, ଲିଲୁ ଜାଲ, ଛୋଟୁ କୁମ୍ଭାର , ପିତାମ ଭୋଇ, ଆଲୋକ ନାଗ, ବିରଞ୍ଚି ଭୋଇ, ଅଜିତ ବାଗ, ରଞ୍ଜନ ବଞ୍ଛୋର, ଧୀରୁ ନାଗ, ଚିକୁ ଜାଲ, ପପୁନ ମହାକୁରଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଧାୟକଙ୍କ ବୟାନକୁ ସମର୍ଥନ କରିଥିଲେ । ବାରମ୍ବାର କୋଶଳ ତଥା ପଶ୍ଚିମାଞ୍ଚଳକୁ ଅଣଦେଖା ବରଦାସ୍ତ କରାଯିବ ନାହିଁ ଏଥିପାଇଁ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦୃଢ଼ ପ୍ରତିବାଦ କରାଯିବ ବୋଲି ସେମାନେ ଚେତାବନୀ ଦେଇ ଟାୟାର ଜାଳି ପ୍ରତିବାଦ କରିଥିଲେ ।

Leave A Reply

Your email address will not be published.