pakka

‌ମେ’ ୩ରୁ ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା

bbehera

ଭଞ୍ଜନଗର : ଚଳିତ ମାସ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭଞ୍ଜନଗରର ଐତିହାସିକ ଠାକୁରାଣୀ ଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରତି ତିନିବ‌ର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ ୬ ବର୍ଷ ପରେ ଚଳିତବର୍ଷ ଏହି ଯାତ୍ରା ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ମା’ଙ୍କୁ ସ୍ୱାଗତ କରିବାକୁ ସହର ସଂପୂର୍ଣ୍ଣ ଭାବେ ନୂଆ ରୂପରେ ସଜେଇ ହୋଇଥିବା ସହ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଛି । ଅସ୍ଥାୟୀ ପୀଠ କାମ ଚୂଡ଼ାନ୍ତ ହୋଇଥିବା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଛି । କୋଲକାତାରୁ ଆସିଥିବା କାରିଗରମାନେ ତୋରଣ ଓ ଅସ୍ଥାୟୀ ପୀଠ ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି ।

ସେହିପରି ଏନ୍‌ଏସି ପକ୍ଷରୁ ସହରର ମୁଖ୍ୟରାସ୍ତାକୁ ଝୋଟିଚିତାରେ ଚିତ୍ରିତ କରିବାକୁ ସ୍ୱତନ୍ତ୍ର କଳାକାର ଆସିଥିବା ବେଳେ କାନ୍ଥ ଗୁଡିକରେ ଥ୍ରିଡି ପଟ୍ଟଚିତ୍ର ମାଧ୍ୟମରେ ଭଞ୍ଜନଗରର ପର୍ଯ୍ୟଟନସ୍ଥଳୀକୁ ନିଖୁଣ ଭାବେ ଦର୍ଶାଯାଇଛି । ସେହିପରି ଠାକୁରାଣୀଙ୍କ ନଗର ଭ୍ରମଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସାଙ୍ଗକୁ ରାଜ୍ୟର ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଓ କଳାକାର ଏଥିରେ ଯୋଗ ଦେବେ । ଏଥିସହ ସହରର ବିଭିନ୍ନ ସ୍ଥାନରେ ମୀନାବଜାର ଓ ଅପେରା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୩ ତାରିଖରୁ ୨୧ଦିନବ୍ୟାପୀ ଏହି ଯାତ୍ରା ଆରମ୍ଭ ହେବାକୁ ଯାଉଛି । ୨୪ ତାରିଖ ଯାଏଁ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

five × 5 =