jayashree

ଜନଜାତିର ସୁରକ୍ଷା ପାଇଁ ଜନଜାତି ସୁରକ୍ଷା ମଞ୍ଚ ମହିଳାଙ୍କ ଦିଲ୍ଲୀ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବନବାସୀ ଜନଜାତି କଲ୍ୟାଣ ସଂଘର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ଠାରେ ଜନଜାତି ସୁରକ୍ଷା ମଞ୍ଚ ଦ୍ୱାରା ଅନୁଷ୍ଠିତ ଜନଜାତି ସାଂସ୍କୃତିକ ସମାଗମ କାର୍ଯ୍ୟକ୍ରମରେ ଶହ ଶହ ମହିଳାମାନେ ଦିଲ୍ଲୀ ଯାତ୍ରା କରିଛନ୍ତି । ଏହି ଉପଲକ୍ଷେ ଆଜି ପାଇକମାଲ ଧର୍ମଶାଳାରୁ ଏକ ଶୋଭାଯାତ୍ରା ବାହାରି ପାଇକମାଲ ଛକ ପର୍ଯ୍ୟନ୍ତ ଯିବା ପରେ ସାଂସଦ ପ୍ରଦୀପ ପୁରୋହିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭ କାମନା ସହ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀର ରାମଲୀଳା ମଇଦାନରେ ଜନଜାତି ସାଂସ୍କୃତିକ ସମାଗମ ସମାବେଶ ବହୁ ବରିଷ୍ଠ ଜନଜାତି ମହିଳାମାନେ ଯୋଗଦେଇ ଜନଜାତି ମାନଙ୍କ ସୁରକ୍ଷା ଓ ହକ୍ ଅଧିକାର ନେଇ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଅମ୍ବିକା ଭୋଇ, ମହମବତୀ ନାୟକ, କୌଶଲ୍ୟା ଧରୁଆ, ହେମଲତା ଧରୁଆ, ମମତା ବେହେରା, କାଞ୍ଚନ ନେତାମ, ପରାବାଇ ପୁଟା, ଯଜ୍ଞସିନି ପ୍ରଧାନ, ସୁନ୍ଦର ଭୋଇ, ଶଶିଧର ରାଉତ ପ୍ରମୁଖ ଯୋଗ ଦେଉଛନ୍ତି । ଏହି ଯାତ୍ରାରେ ଯାଇଥିବା ମହିଳା କର୍ମୀ ମାନଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.