ଦୁର୍ଘଟଣା ମାମଲାରେ ଦୋଷୀଙ୍କୁ ୬ ମାସ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା

csstore

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ଜନିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ଛଅ ମାସ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ସୂଚନା ଅନୁସାରେ, କେସିଙ୍ଗା ଥାନା କେଶ ନମ୍ବର ୨୩୫/୨୦୧୬ର ଶୁଣାଣି କାଳରେ ଅଭିଯୁକ୍ତଙ୍କ ବିରୋଧରେ ଆଣାଯାଇଥିବା ଅଭିଯୋଗ ପ୍ରମାଣିତ ହେବା ପରେ କେସିଙ୍ଗା ଜେଏମ୍‌ଏଫ୍‌ସି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୪(ଏ) ଅନୁଯାୟୀ ଅଭିଯୁକ୍ତଙ୍କୁ ଛଅ ମାସ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ କେସିଙ୍ଗା ଜେଏମ୍‌ଏଫ୍‌ସି କୋର୍ଟର ସରକାରୀ ଓକିଲ ସନ୍ତୋଷ କୁମାର ଦାଶ ସଫଳତାର ସହିତ ମାମଲା ପରିଚାଳନା କରିଥିଲେ । ଦୀର୍ଘ ଦିନ ଧରି ଚାଲିଥିବା ଏହି ମାମଲାର ଶେଷରେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.