pakka

ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ଆସୁଛି ଜନମତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ନିର୍ବାଚନ ଫଳାଫଳରେ ସାରା ଓଡ଼ିଶାରେ ବିଜେଡି ସପକ୍ଷରେ ଜନମତ ଆସିଥିବା ସ୍ପଷ୍ଟ ହୋଇଯାଇଛି । କଂଗ୍ରେସ ଦଳ ଏଥର ନିଜ ସ୍ଥିତି ସୁଧାରିବା ପାଇଁ ଜୋର୍ ବଳ କଷିଥିଲେ ମଧ୍ୟ ଜନତା ଜନାର୍ଦ୍ଦନ କଂଗ୍ରେସକୁ ଏକ ପ୍ରକାର ପୁଣି ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି । ଭୋଟ ଗଣତିର ପ୍ରଥମ ଦିନର ଆସୁଥିବା ଟ୍ରେଣ୍ଡକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି, ଶାସକ ଦଳ ସପକ୍ଷରେ ରାଜ୍ୟବାସୀ ଭୋଟ ଦେଇଛନ୍ତି । ବିରୋଧୀ ବିଜେପି ଓ କଂଗ୍ରେସ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛନ୍ତି ଭଳି ମନେ ହେଉଛି । ଏହି ଫଳାଫଳକୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଭୋଟ ଗଣତି ଜାରି ରହିଛି, ଫଳାଫଳ ଆସିଲେ ସଠିକ୍ ଖବର ଜଣାପଡ଼ିବ ।

jay balangir
Leave A Reply

Your email address will not be published.

one × 5 =