ଭୀମ ଆର୍ମି ପାର୍ଟିର ଜନ ବିକ୍ଷାଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଦଳିତ ଓ ଆଦିବାସୀ ହରିଜନଙ୍କ ସାମାଜିକ ସୁରକ୍ଷା ସହ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ତଥା ସରକାରୀ ସାହାଯ୍ୟରୁ ବଂଚିତ ଅସହାୟ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଭୀମ ଆର୍ମି ପାର୍ଟି ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ରୟାଲ ପଡିଆଠାରୁ ବାହାରିଥିବା ବିକ୍ଷାଭ ରାଲି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ପହଂଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବୀ ସମ୍ମିଳିତ ଏକ ଦାବୀପତ୍ରକୁ ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଏହି ଜନ ଆନ୍ଦୋଳନରେ ଜିଲ୍ଲାର ୬ଟି ବ୍ଲକର ଶତାଧିକ ଭୀମ ଆର୍ମି ପାର୍ଟିର କର୍ମୀ ଯୋଗ ଦେଇ ହରିଜନ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଉପରେ ଦାବୀ କରିଥିଲେ ।

Leave A Reply

Your email address will not be published.