centurian jitm

ଶ୍ରୀ ସତ୍ୟସାଇ ସେବା ସମିତିର ଜଳସେବା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଶ୍ରୀ ସତ୍ୟସାଇ ସେବା ସମିତି ଗିଧମାଲର ପାଦାମ୍ବୁଜମ ଗ୍ରାମ ବାଙ୍କୀପାଲିଠାରେ ପବିତ୍ର ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ଉପଲକ୍ଷେ ଗିଧମାଲ ସମିତିର ଭାଇ ଭଉଣୀଙ୍କ ଦ୍ଵାରା ଦହି ସର୍ବତ ବଣ୍ଟନ କରାଯାଇ ଥିଲା । ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ଶ୍ରୀବତ୍ସ ପାଣ୍ଡେ, ଗିଧମାଲ ସମିତିର ଆବାହକ ଦେବେନ୍ଦ୍ର ସାହୁ, ଗଣେଶ ପଧାନ, ସପୂର ପାଣ୍ଡେ, ସୁମିତ୍ରା ପଧାନ, ସୌଦାମିନୀ ପଧାନ, ବୟନ୍ତୀ ପଧାନ, ଧିରେନ, ଧ୍ରୁବ, ବିଶ୍ୱ, ବାଙ୍କୀ ପାଳିର ପଦମ୍ବୁଜମ ଇନଚାର୍ଜ ବିନୋଦ ପଧାନ ଓ ଅନ୍ୟାନ୍ୟ ଭାଇ ଭଉଣୀ ସହଯୋଗ କରିଥିଲେ ।

Leave A Reply

Your email address will not be published.