ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା : ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଆସି ଜେଲ ଗଲେ ସ୍ୱାମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାରେ ଥିବା ୟୁନିୟନ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା । ଶେଷରେ ବନ୍ଧା ହୋଇ ଜେଲ ଗଲେ ଯୁବକ । ସୂଚନା ମତେ କନ୍ଦକେଲଗାଁ ପଞ୍ଚାୟତ ଜଳିଆଦରହଁ ଗାଁର ପ୍ରଶାନ୍ତ ମେହେର ନିଜ ସ୍ତ୍ରୀ ଗର୍ଭବତୀ ଅବସ୍ଥାରେ ଥିବା ବେଳେ ଚିକିତ୍ସା ପାଇଁ ୟୁନିଅନ ବ୍ୟାଙ୍କଙ୍କୁ ଟଙ୍କା ଉଠାଇବା ପାିିଁ ତିନି ଦିନ ଧରି ଆସି ହଇରାଣ ହେଉଥିଲେ କାରଣ ବ୍ୟାଙ୍କରେ ଲିଙ୍କ ନ ଥିବା ବ୍ୟାଙ୍କ କର୍ମଚାରୀମାନେ କହିଥିଲେ । ଶେଷରେ ଉତ୍ତେଜିତ ହୋଇ ବ୍ୟାଙ୍କ ଆଗରେ ତାଲା ପକାଇ ଦେଇଥିଲେ । ଫଳରେ ବ୍ୟାଙ୍କରେ ତାଲା ପକାଇବା ପଡିଲା ମହଙ୍ଗା । ବ୍ୟାଙ୍କ ମ୍ୟାନେଜର ସୁଧୀର ସାଏ ପୁଲିସକୁ ଅଭିଯୋଗ କଲା ପରେ ଘଟଣା ସ୍ଥାନରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ପହଁଚି ଯୁବକକୁ ଥାନାକୁ ନେଇ ପଚରାଉଚରା କରିଥିଲେ । ବ୍ୟାଙ୍କ ମ୍ୟାନେଜରଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରିବା ପାଇଁ ଶେଷରେ ଯୁବକ ଜଣକଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି । ଅନ୍ୟପଟେ ଜଣେ ଯୁବକ ନିଜର ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଉଠାଇବାକୁ ଜେଲ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.

17 + eight =