ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ବିଜେଡି କର୍ମୀଙ୍କୁ ନେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ତାହାକୁ ଆଖି ଆଗରେ ରଖି ଗତକାଲି ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଦଳୀୟ କର୍ମୀ ମାନଙ୍କୁ ନେଇ ଏକ ସାଂଗଠନିକ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଦଳୀୟ କର୍ମୀଙ୍କୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ସ୍ଥିର କରି ପରସ୍ପର ମଧ୍ୟରେ ବୁଝାମଣା ହୋଇ ଜଣକୁ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲେ । ନିଜ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ମନୋଭାବ ନରଖି କିପରି ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀ ମେହେର । ଏହି ବୈଠକରେ ଚଙ୍ଗରିଆ ଓ ଖପ୍ରାଖୋଲ ପଞ୍ଚାୟତର ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =