
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ବେଆଇନ ନିଶା କାରବାର ବିରୋଧରେ ବଡ଼ ସଫଳତା ହାସଲ କରି ୫୨ ବୋତଲ ବେଆଇନ ଏସ୍-କଫ୍ ସିରପ୍ ଏବଂ ନିଶା ଟ୍ୟାବଲେଟ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଥାନାଧିକାରୀ ନରେନ୍ଦ୍ର ଛତରଙ୍କ ନେତୃତ୍ୱରେ ପୋଲିସ ଭାଲୁଡୁଙ୍ଗରି ଟାଙ୍ଗର ନିକଟରେ ଚଢ଼ାଉ କରି ଫକୀର ସେଠ୍ (୩୫), ଜ୍ୟୋର୍ତିମୟ ପଧାନ (୩୫) ଓ ସତ୍ୟ ସାହୁ (୧୯)ଙ୍କୁ ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତରେ ବେଲପଡାର ବିଶ୍ୱାମିତ୍ର ପୁଟେଲ (୪୮)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ, ତିନୋଟି ଫୋନ୍ ଏବଂ କିଛି ଟଙ୍କା ମଧ୍ୟ ଜବତ କରିଛି । ଏହି ଘଟଣାରେ ଖପ୍ରାଖୋଲ ଥାନାରେ କେସ୍ ନଂ-୧୩୬/୨୦୨୬ ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
