csstore

ହାତୀ ନଦୀରେ କୁମ୍ଭୀର : ଲୋକେ ଆତଙ୍କିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଲାସ ଗ୍ରାମ ନିକଟସ୍ଥ ହାତୀ ନଦୀରେ ଏକ କୁମ୍ଭୀର ଥିବା ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି । ସୂଚନାନୁଯାୟୀ, ପଲାସ ଗାଁ ନିକଟରେ ପ୍ରବାହିତ ହାତୀନଦୀକୁ କିଛି ଲୋକ ମାଛ ମାରିବାକୁ ଯାଇଥିଲେ । ସେହି ସମୟରେ ପ୍ରାୟ ୬ ଫୁଟ ଲମ୍ବର ଏକ କୁମ୍ଭୀର ଜାଲରେ ପଡିଥିଲା । କିଛି ସମୟ ପରେ କୁମ୍ଭୀରଟି ଜାଲକୁ ଚିରି ନଦୀ ଭିତରକୁ ଚାଲିଯାଇଥିବା ମତ୍ସ୍ୟଜୀବୀମାନେ କହିଛନ୍ତି । ଜୁନାଗଡ଼ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ହାତୀ ନଦୀରେ କୁମ୍ଭୀର ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିବା ପ୍ରକାଶ କରିଛନ୍ତି । କୁମ୍ଭୀରକୁ ଦେଖିବା ପାଇଁ ହାତୀ ନଦୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବନ ବିଭାଗ ପକ୍ଷରୁ ନଦୀ ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି । ଖବର ଲେଖା ହେବାଯାଏ କୁମ୍ଭୀର ଉଦ୍ଧାର ହୋଇନାହିଁ । ଯାହାଫଳରେ କୁମ୍ଭୀର ଭୟରେ ଲୋକେ ଆତଙ୍କିତ ଅଛନ୍ତି ।

jayashree
Leave A Reply

Your email address will not be published.