csstore

ଘର ପୋଡ଼ି, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ତେନ୍ତୁଳିଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଗୋପବନ୍ଧୁ ନାୟକଙ୍କ ଘର ପୋଡ଼ି ହୋଇ ନଗଦ ଟଙ୍କା ସହ, ଧାନ, ଚାଉଳ, ଲୁଗାପଟା, ଆସବାବପାତ୍ର ଇତ୍ୟାଦି ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତି ନଷ୍ଟ ହୋଇଯାଇଛି । ସୂଚନାରୁ ଜଣାପଡିଛି ମଙ୍ଗଳବାର ସକାଳେ ନିଜ ଗୃହରେ କାଠଚୁଲାରେ ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ହଠାତ ଘରର ଆସବାବ ଉପରେ ନିଆଁ ପଡି କିଛି କ୍ଷଣ ମଧ୍ୟରେ ଘରସାରା ମାଡି ଯାଇ ଘରର ଅଧିକାଂଶ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଦୃଶ୍ୟ ଦେଖି ଗ୍ରାମବାସୀମାନେ ନିଆଁ ଲିଭାଇବାରେ ଲାଗି ପଡ଼ିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କିଛି କ୍ଷଣ ମଧ୍ୟରେ ଅଗ୍ନିଶମ ବାହିନୀ ଅଧିକାରୀ ସୁଧାକର ନାୟକଙ୍କ ନେତୃତ୍ୱରେ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ତହସିଲଦାର ହରିଚନ୍ଦ୍ର ପ୍ରଧାନ ଏବଂ ରାଜସ୍ୱ ନିରୀକ୍ଷକ ସୁମନ୍ତ କୁମାର ଯାନୀ, ଗୋପବନ୍ଧୁ ନାୟକଙ୍କ ଗୃହକୁ ଯାଇ କ୍ଷୟକ୍ଷତିର ନିରୀକ୍ଷଣ କରିବା ସହ ଆକଳନ କରିଥିଲେ । ଏବାବଦରେ ରାଜସ୍ୱ ନିରୀକ୍ଷକ ଶ୍ରୀ ଯାନୀଙ୍କ ସହ ଆଲୋଚନା କରାଯାଇଥିଲା, ସେ କହିଥିଲେ ସମସ୍ତ ବିଷୟ ଉପର ଅଧିକାରୀଙ୍କୁ ଅବଗତ କରାଯାଇଛି, ସହାୟତା ଆସିଲେ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ ।

jayashree
Leave A Reply

Your email address will not be published.