pakka

ଗୋପାଳପୁର ଜଙ୍କକ୍ସନ ଠାରେ ଗାଡି ବସ ଯାଞ୍ଚ ବେଳେ ୩୫୯ ଗ୍ରାମ ସୁନା ବିସ୍କୁଟ ଜବତ

bbehera
  • ଏଥିରେ ଅନ୍ୟ ୫ ଜଣ ଚୋରା ଗଞ୍ଜେଇ ବ୍ୟାପାରୀଙ୍କ ଠାରୁ ୫୭ କେଜି ଗଞ୍ଜେଇ ଜବତ
  • କଟକର ଜଣେ ସୁନା ବ୍ୟବସାୟୀ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ହାତରେ ଲାଗିଲା ଆଉ ଏକ ସଫଳତା । ଗାଡ଼ି ବସ ଯାଞ୍ଚ ବେଳେ କଟକର ଜଣେ ସୁନା ବ୍ୟବସାୟୀଙ୍କ ବ୍ୟାଗ୍‌ରୁ ବାହାରିଲା ୩୫୯ ଗ୍ରାମ ସୁନା । ସେଥିରୁ ୩୦୯ ଗ୍ରାମର ସୁନା ବିସ୍କୁଟ ଏବଂ ୫୦ ଗ୍ରାମର ସୁନା ଅଳଙ୍କାର ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବ୍ରହ୍ମପୁର ମହାନଗରକୁ ସଂଯୋଗ ଜାତୀୟ ରାଜପଥ ଗୋପାଳପୁର ଜଙ୍କକ୍ସନ ଠାରେ ଗାଡି ଯାଞ୍ଚ ଚାଲିଥିଲା । ଯାଞ୍ଚ ବେଳେ ଧରା ପଡ଼ିଥିବା ବେଳେ ଉକ୍ତ ସୁନା ଜବତ ହୋଇଛି । ଜବତ ସୁନା ଗୋପାଳପୁର ଥାନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଜବତ ସୁନା ଗହଣାର ଆନୁମାନିକ ମୂଲ୍ୟ ପ୍ରାୟତଃ ୧୫ ଲକ୍ଷ ଟଙ୍କାର ବୋଲି ଅବକାରୀ ଗୁଇନ୍ଦା ବିଭାଗ ଦାକ୍ଷିଣାଞ୍ଚଳ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେହିପରି ବ୍ରହ୍ମପୁରରୁ କଟକ, ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଗୁଡିକରୁ ଯାଞ୍ଚ ବେଳେ ବସରେ ବସିଥିବା ୫ ଜଣଙ୍କ ଠାରୁ ୫୭ କିଲୋ ଗଞ୍ଜେଇ ଜବତ ହୋଇଛି । ତେବେ ଗଞ୍ଜେଇ ଚୋରା କାରବାରରେ ଲିପ୍ତ ଏହି ୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

20 + 9 =