ସିଆର୍‌ପିଏଫ୍‌ର କୁମ୍ବିଂ ଅପରେସନ୍‌ ବେଳେ ବହୁ ସାମଗ୍ରୀ ଜବତ : ୧୧ ଅଟକ, ପଚରାଉଚରା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ାପାହାଡ଼ରେ କୋଟଗଡ ସିଆର୍‌ପିଏଫ୍‌ ବାଟାଲିୟନ ଯବାନଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ଜବତ ସାମଗ୍ରୀ ମଧ୍ୟରେ ୪ ଦେଶୀ ବନ୍ଧୁକ, ୩ ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ଦେଖିବାକୁ ମିଳିଛି । ସିଆର୍‌ପିଏଫ୍‌ ସୂଚନାନୁଯାଇ କୋଟଗଡ ସିଆର୍‌ପିଏଫ୍‌ ଯବାନମାନେ ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତର ଜରିଘାଟି ଗାଁ ନିକଟରେ କୁମ୍ବିଙ୍ଗ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ । ଫଳରେ ସିଆର୍‌ପିଏଫ୍‌ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି । ଏହି ୧୧ଜଣ ବ୍ୟକ୍ତି ମାନେ କିଏ ଓ କଣ ପାଇଁ ସେମାନେ ଏତେ ଗୁଡିଏ ସାମଗ୍ରୀ ନିଜ ପାଖରେ ରଖିଥିଲେ, ସେମାନଙ୍କ ସହ ସେମିତି କିଛି ମାଓ ଗତିବିଧି ଲିଙ୍କ ରହିଛି କି ? ତାର ସମ୍ପୂର୍ଣ୍ଣ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

two × two =