pakka

ଘର ହିଁ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଶିଶୁ ବୋଧ ଶ୍ରେଣୀ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖଗେଶ୍ୱର ଦାସ (ପୂର୍ବ କ୍ଷେତ୍ର ପ୍ରାଥମିକ ଶିକ୍ଷା ସଂଯୋଜକ ଓ ଅଖିଳ ଭାରତୀୟ ସହ ସଂଯୋଜକ ଶିକ୍ଷା ବିକାଶ ସମିତି, ଓଡିଶା) ମୁଖ୍ୟ ଅତିଥି ଭାବରେ ଯୋଗ ଭାଷା ଶିକ୍ଷା ବିଷୟରେ ବିଷଦ୍ ଭାବରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କଲ୍ୟାଣୀ ମିଶ୍ର ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ଜଳନ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଦିବା ପର୍ଯ୍ୟାୟ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୨୫ ଜଣ ପିତା ମାତାମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

five × 4 =