pakka

ତୁରେକେଲା ବ୍ଲକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

kalikesh

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ)ର ଏକ ଜରୁରୀ ବୈଠକ ତୁରେକେଲା ଓ କଣ୍ଟାବାଞ୍ଜି ଏନ୍‌.ଏ.ସି ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ସଂଘର ସଭାପତି ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ନୋଡ଼ାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସଂଘର ସଂପାଦକ ଜାନକୀରାମ ସାମବେଦମ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବର୍ତ୍ତମାନ ଶିକ୍ଷକ ପଦୋନ୍ନତି ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ତେଣୁ ଯେଉଁମାନେ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ସେମାନେ କାଗଜପତ୍ର ପ୍ରସ୍ତୁତ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିଷ୍ପତ୍ତି ନିଆଗଲା । ତା’ସହିତ ଯେଉଁମାନଙ୍କର ଦଶବର୍ଷ ଚାକିରି କାଳ ହେଲାଣି ସେମାନଙ୍କ ଏମ୍‌ଏସିପି, ବିଗତ ବର୍ଷ ଯେଉଁମାନେ ପଦୋନ୍ନତି ପାଇଥିଲେ ସୁଦ୍ଧା ନୂତନ ପଦବୀରେ ଯୋଗଦେଇ ନାହାଁନ୍ତି ସେମାନଙ୍କୁ ଚଳିତ ତାଲିକାରୁ ବାଦ୍‌ ଦେବା, ପୁରୁଣା ପେନସନ ପାଇବା ପାଇଁ ସମସ୍ତେ ଏକଜୁଟ ହୋଇ ଲଢ଼େଇ କରିବା, ଆଗାମୀ ସମୟରେ ଶିକ୍ଷକ ବଦଳି ସମୟରେ ଯେପରି ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହେବା ସହିତ ଶିକ୍ଷକମାନେ ସୁବିଧା ଯାଗାକୁ ଯାଇପାରିବେ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିକ୍ଷକ ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଦୀନେଶ ମହାନନ୍ଦ, ରାଜଦୀପ ପୁରୋହିତ, କୃଷ୍ଣାନନ୍ଦ ପାଣିଗ୍ରାହୀ, ବିକାଶ ବର୍ଗେ, ସବିତା ପାଣିଗ୍ରାହୀ, ସୀମା ମୁଗ୍ରୀ, ଶାନ୍ତି ଭୋଇ, ପ୍ରମିଳା ଭୋଇ, ବିନୋଦିନୀ ତାଣ୍ଡୀ, କାନ୍ତିଲତା ବର୍ଗେ, ଜେନାରାମ ମାହାର, ଶିବାନନ୍ଦ ମାଝୀ, ମନ୍ତୋଷ ବାଗ, ଦେବକୀ ତାଣ୍ଡୀ, ଭାରତୀ ସମରଥ, ବିମଳ ଧରୁଆ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

four + 7 =