pakka

ପଦ୍ମପୁର ନାଗରିକ କମିଟିର ଉପସଭାପତିଙ୍କ ଇସ୍ତଫା ପ୍ରଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନାଗରିକ କମିଟି ଉପସଭାପତି ତଥା ସମାଜସେବୀ ନିରୋଜ ଦୋରା ନିଜ ପଦ ତଥା ମୂଳ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ପଦ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବରୁ ନାଗରିକ କମିଟି ବେଶ୍ ସକ୍ରିୟ ଥିଲା । କିନ୍ତୁ ବର୍ତ୍ତମାନ ତାହା ନିଜ ମୂଳଲକ୍ଷ୍ୟରୁ ଏକ ପ୍ରକାରର ଓହରି ଯାଇଛି । କୌଣସି ପ୍ରସଙ୍ଗକୁ ନେଇ ସମୂହ ସମ୍ପୃକ୍ତିକୁ ନେଇ କିଛିଦିନ ହେବ ଅଣଦେଖା କରାଯାଉଛି । ନୂତନ କମିଟି ଗଠନ ହେବା ପରଠୁ ଦୀର୍ଘ ଦିନରୁ କାର୍ଯ୍ୟକାରୀ କମିଟି କିମ୍ବା ସାଧାରଣ ସଭ୍ୟମାନଙ୍କ ବୈଠକଟିଏ କରାଯାଇନାହିଁ । ଅନେକ ଅନୁରୋଧ କରିବା ସତ୍ତ୍ୱେ ପଦାଧିକାରୀମାନେ ନ ଶୁଣିଲା ଭଳି ଅଭିନୟ କରିଚାଲିଛନ୍ତି । ଏପରି ଅନେକ ସର୍ତ୍ତ ସମ୍ବଳିତ ଇସ୍ତଫାପତ୍ର ଶ୍ରୀ ଦୋରା ସଭାପତି, ସମ୍ପାଦକ ତଥା କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ପଠେଇ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

2 × 3 =