jsm

ପଦ୍ମପୁର ସମଲେଶ୍ୱରୀ ମନ୍ଦିରରେ ମା’ଙ୍କର ଧବଳମୁଖୀ ବେଶ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା’ ଜଗତ ଜନନୀ ଆଦି ଶକ୍ତିଙ୍କର ଧରାପୃଷ୍ଠକୁ ଆବତାର ପବିତ୍ର ପାର୍ବଣରେ ମା’ଙ୍କର ସାନିଧ୍ୟ ଓ ଆଶୀର୍ବାଦ ଲାଭ ପାଇଁ ଯିଏ ଯେମିତି ପାରୁ ପର୍ଯ୍ୟନ୍ତ ଭକ୍ତି ମାର୍ଗରେ ପୂର୍ଜାର୍ଚନା କରିବାକୁ ଚେଷ୍ଟା କରିଥାନ୍ତି । ମା’ଙ୍କର ନବ ଦିନାତ୍ମକ ପୂଜାରେ ଭକ୍ତଙ୍କୁ ନିଜର ନବ ଦୁର୍ଗା ଅବତାରରେ ଦର୍ଶନ ଦେଇଥାନ୍ତି ମା’ ହେଲେ ଏହି ସବୁ ବିଧି ଆଗରୁ ମହାଳୟା ଅମାବାସ୍ୟାରେ ଭକ୍ତଙ୍କୁ ନିଜର କରୁଣା ରୂପରେ ଶାନ୍ତ ସ୍ୱରୂପ ଧବଲମୁଖୀ ବେଶରେ ଦର୍ଶନ ଦେଇଥାନ୍ତି ମା’ ଆଦିଶକ୍ତି । ଆଜି ସେହିପରି ପଦ୍ମପୁର ସ୍ଥିତ ସମଲେଶ୍ୱରୀଙ୍କ ପୀଠରେ ମଧ୍ୟ ନିଜର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ ସମଲେଶ୍ୱରୀ । ମା’ଙ୍କର ଏହି ରୂପର ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ଼ ଜମି ଥିବା ବେଳେ ମନ୍ଦିର କମିଟି ପକ୍ଷରୁ କୋଭିଡ ନିୟମାନୁଯାୟୀ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏହା ସହ ଆସନ୍ତା କାଲିଠାରୁ ନଅ ଦିନ ଧରି ମା’ଙ୍କର ନବରାତ୍ର ପୂଜା ଏବଂ ଚଣ୍ଡୀ ପାଠ ପୂଜନ ସମ୍ପର୍ଣ୍ଣ କରାଯିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି ।

yuvodaya
Leave A Reply

Your email address will not be published.