pakka

ଆଇପିଏଲ ମହାସମର : ଆଜି କୋହଲି-ରାହୁଲ ମଧ୍ୟରେ ଲଢେ଼ଇ

bbehera
  • ପରାଜୟଧାରାକୁ ନେଇ ପଞ୍ଜାବ ଚିନ୍ତିତ, ବିଜୟଧାରା ବଜାୟ ପାଇଁ ବାଙ୍ଗାଲୋର ବ୍ୟଗ୍ର
    ଅହମଦାବାଦ : ଶୁକ୍ରବାର ପ୍ରଥମ ଟ୍ରଫି ଲକ୍ଷ୍ୟରେ ଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମୁକାବିଲା କରିବ ନୂଆ ନାଁ ନେଇ ଖେଳୁଥିବା ପଞ୍ଜାବ କିଙ୍ଗ୍ସ । ୬ ମ୍ୟାଚ୍‌ରୁ ୧୦ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ଥିବା ଆର୍‌ସିବି ଅପେକ୍ଷା କେବଳ ଦୁଇଟି ବିଜୟ ସହ ୪ ପଏଣ୍ଟ ହାସଲ କରିଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରିବ । ବିରାଟ ‌କୋହଲିଙ୍କ ନେତୃତ୍ବାଧୀନ ଆର୍‌ସିବି ଲଗାତାର ଚାରିଟି ବିଜୟ ହାସଲ କରିବା ପରେ ପଞ୍ଚମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ୬୯ ରନ୍‌ରେ ହାରି ଯାଇଥିଲା । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଗତ ମ୍ୟାଚ୍‌କୁ ରୋମାଞ୍ଚକର ଭାବେ ୧ ରନ୍‌ରେ ଜିତି ନେଇ ବିଜୟ ଧାରାକୁ ଫେରିଥିଲା । ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିବା ପରେ ଆର୍‌ସିବିର ଆତ୍ମବିଶ୍ବାସ ମଧ୍ୟ ଆହୁରି ଉଚ୍ଚରେ ଥିବ । ଅନ୍ୟପକ୍ଷରେ ସଠିକ୍ ସନ୍ତୁଳନ ପାଇଁ ସଂଘର୍ଷ କରୁଥିବା କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୫ ୱିକେଟ୍‌ରେ ପରାଜିତ ହୋଇଥିଲା । ସବୁଠାରୁ ବଡ଼ କଥା ହେଲା ଚଳିତ ଋତୁରେ ରାହୁଲଙ୍କ ଦଳ ଯେଉଁ ତିନି ଥର ପ୍ରଥମେ ବ୍ୟାଟିଂ କରିଛି, ସେଥିରେ ୧୦୬, ୧୨୦ ଓ ୧୨୩ ରନ୍‌ର ଛୋଟିଆ ସ୍କୋର କରିପାରିଛି । ତାଙ୍କ ଛଡ଼ା ଦଳର ଆପାତତଃ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଅସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି । ବୋଲିଂ ବାହିନୀ ମଧ୍ୟ ପ୍ରତିଶ୍ରୁତିଭରା ପ୍ରଦର୍ଶନ ଦେବାରେ ଏକପ୍ରକାର ବିଫଳ ହୋଇଛି । ଏସବୁ କଥାକୁ ବିଚାରକୁ ନେଲେ ପଞ୍ଜାବ କିଙ୍ଗ୍ସ ଆସନ୍ତା ମ୍ୟାଚ୍‌ରେ କଠିନ ପରୀକ୍ଷାର ସମ୍ମୁଖୀନ ହେବା ପୁରା ନିଶ୍ଚିତ । ସେଥିପାଇଁ ବଳିଷ୍ଠ ଲୟରେ ଥିବା ଆର୍‌ସିବିକୁ ହରାଇବାକୁ ହେଲେ ଏହି ଦଳକୁ ଅତ୍ୟନ୍ତ ଉଚ୍ଚକୋଟୀର କ୍ରିକେଟ୍ ଖେଳିବାକୁ ହେବ । ଏଥିପାଇଁ ମଧ୍ୟ ଆର୍‌ସିବି ଶୁକ୍ରବାର ଫେବରିଟ୍ ଦଳ ଭାବେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌କୁ ଓହ୍ଲାଇବ ।
Leave A Reply

Your email address will not be published.

nine − five =