pakka

କୋଲକାତାର ପରାଜୟ ଧାରା ବଜାୟ : ୭ ୱିକେଟରେ ଜିତିଲା ଦିଲ୍ଲୀ

bbehera

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ କୋଲକତାକୁ ୭ ଓ୍ବିକେଟରେ ସହଜରେ ପରାସ୍ତ କରିଛି । ଆଜି ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ଓଭରରେ ୬ ଓ୍ବିକେଟ ହରାଇ ୧୫୪ରନ କରିଥିଲା । ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୪୫, ଶୁଭମନ ଗିଲ ୪୩ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ଓ ଲଲିତ ଯାଦବ ୨ଟି ଲେଖାଏଁ ଓ ଅଭେସ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ । ୧୫୫ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଦିଲ୍ଲୀ ୧୬.୩ ଓଭରରେ ୩ ଓ୍ବିକେଟ ହରାଇ ୧୫୬ ରନ କରି ବିଜୟୀ ହୋଇଥିଲା । ଦିଲ୍ଲୀର ଦୁଇ ଓପନର ପୃଥିବୀ ସ ଓ ଶିଖର ଧଓ୍ବନ ଯ଼ଥାକ୍ରମେ ୮୨ ରନ ଓ ୪୬ ରନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

17 + fourteen =