pakka

୫୯ ତମ ହୋମଗାର୍ଡ ବାର୍ଷିକ ଦିବସ ପାଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମନୋହରପୁର ପୋଲିସ ପଡିଆରେ ବଲାଙ୍ଗିର ଜିଲ୍ଲା ହୋମଗାର୍ଡ ବାହିନୀ ଦ୍ୱାରା ୫୯ ତମ ବାର୍ଷିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା କମାଣ୍ଡେଣ୍ଟ୍‌ ହୋମଗାର୍ଡ ବଲାଙ୍ଗିର ନିତିନ କୁଶଲକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗୃହରକ୍ଷୀଙ୍କର କର୍ତ୍ତବ୍ୟ, ଶୃଙ୍ଖଳା ଓ ଦାୟିତ୍ୱ ସମନ୍ଧୀୟ ଉଦ୍‌ବୋଧନ ଦେଇ ଉପସ୍ଥିତ ଗୃହରକ୍ଷୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ମହାମହିମ ରାଷ୍ଟପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, ରାଜ୍ୟ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହାନିର୍ଦ୍ଦେଶକ ରାଜ୍ୟ ଅଗ୍ନିଶମ ସେବା, ବେସମରିକ ନାଗରିକ ସୁରକ୍ଷା ଓ ଗୃହରକ୍ଷୀ ବାହିନି ଓଡିଶା, କଟକଙ୍କ ଦ୍ୱାରା ପ୍ରେରୀତ ଗୃହରକ୍ଷୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ମୁଖ୍ୟ ଅତିଥି ପଠନ କରିଥିଲେ । ଉଲ୍ଲେଖନୀୟ ସେବା ନିମନ୍ତେ ୭ ଜଣ ଗୃହରକ୍ଷୀଙ୍କୁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ଅବସରପ୍ରାପ୍ତ କମ୍ପାନି କମାଣ୍ଡର, ଟିଟିଲାଗଡ଼ ଧବଲେଶ୍ୱର ଦଳବେହେରାଙ୍କୁ ଓ ଅବସର ନେବାକୁ ଥିବା ହୋମଗାର୍ଡ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ କିଲନ୍ଧର କୁମ୍ଭାରଙ୍କୁ ମୁଖ୍ୟ ଅତିଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରିଥିଲେ । ଉଲ୍ଲେଖନୀୟ ସେବା ନିମନ୍ତେ ପୁରସ୍କାର ପ୍ରାପ୍ତ ଗୃହରକ୍ଷୀ ଜିତେନ୍ଦ୍ର ଖୁରା କଣ୍ଟାବାଞ୍ଜି ଉତ୍ତରାଞ୍ଚଳ ଡିଆଇଜି ପ୍ରଦାନ କରିଥିବା ପ୍ରଶଂସା ପତ୍ର ସହ ୧ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୃହରକ୍ଷୀ ଚକାନୟନ ବଗର୍ତ୍ତୀ ଦେଓଗାଁ ଥାନା, ଲଲାଟେନ୍ଦୁ ବିଶ୍ୱାଲ ଖପ୍ରାଖୋଲ ଥାନା, ସନନ୍ତ ଘିବେଲା ବେଲପଡା ଥାନା, ବିଷ୍ଣୁପ୍ରସାଦ ରାୟଗୁରୁ ଟିଟିଲାଗଡ ଥାନା, ସିଦ୍ଧାନ୍ତ ପ୍ରଧାନ ଟାଉନଥାନା ଓ ହେଡକ୍ୱାଟର ପ୍ଳାଟୁନ କମାଣ୍ଡର ସୁଧିର କୁମାର ଜାଲ ପ୍ରତ୍ୟକଙ୍କୁ ୧ ହଜାରଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସହକାରୀ ଦୁର୍ଗପତି କୁମୁଦ ସେଠଙ୍କ ତତ୍ୱାବଧାନରେ କମ୍ପାନି କମାଣ୍ଡର ହେମନ୍ତ ବେହେରାଙ୍କର ନେତୃତ୍ୱରେ ପେରେଡ୍‌ ପରିଚାଲନା ହୋଇଥିଲା । ଏଥିରେ ଜିଲ୍ଲାର ସମସ୍ତ ଥାନାରୁ ଗୃହରକ୍ଷୀମାନେ ଯୋଗଦେଇ ଆୟୋଜିତ ପେରେଡ୍‌ରେ ଭାଗ ନେଇଥିଲେ । ପେରେଡ୍‌ରେ କମାଣ୍ଡରଙ୍କୁ ସେକେଣ୍ଟ୍‌ ଇନ୍‌ କମାଣ୍ଡ୍‌ ଭାବେ ସହଯୋଗ କରିଥିଲେ ପ୍ଳାଟୁନ କମାଣ୍ଡର ପ୍ରଫୁଲ୍ଲ କୁମାର ବଗର୍ତ୍ତୀ । ପ୍ଳାଟୁନ ଦାୟିତ୍ୱରେ ନେଇଥିବା ପ୍ଳାଟୁନ କମାଣ୍ଡର ସୁଧିର କୁମାର ଜାଲ, ଗୁଲାମ ସାହୁ, ଟଙ୍କଧର ସେଠ୍‌ ଓ ଦିନବନ୍ଧୁ ନାଏକ ପ୍ରମୁଖ ସହଯୋଗ କରିଥିଲେ । ଅତିଥି ଭାବେ ୧୮୯ ବାଟାଲିଆନ, ସିଆରପିଏଫ କମାଡେଣ୍ଟ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରିଜର୍ଭ ଆର୍‌ଆଇ ଅସିତ କୁମାର ସାହୁ, ସର୍‌ଜେଣ୍ଟ୍‌ ଅମିତ କିର୍ତ୍ତନିଆ, ଟାଉନ ଥାନା ଆଇଆଇସି ପ୍ରିୟଙ୍କା ପ୍ରିୟଦର୍ଶିନି ରାଉତ ଏବଂ ଅନ୍ୟାନ୍ୟ ଥାନା ଅଧିକାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଗୃହରକ୍ଷୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

6 + 2 =