pakka

ମ.ରାମପୁରର ୬ ଗୋଟି ଗ୍ରାମରେ ପୃଷ୍ଟି ମହୋତ୍ସବ ପାଳିତ

bbehera

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକରେ ସୋମବାର ୬ଟି ଗ୍ରାମ ଆମ୍ବ ଗାଁ, ମଦନପୁର, ଡୁମେରଗୁଡା, ବାଂକେଲ, କନ୍ଧ ସରବାହେଲି ଓ ଝଳିଆଗୋଭା ଠାରେ ଓଡିଶା ସରକାରଙ୍କ ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ମହିଳା ଶିଶୁ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ ସହଯୋଗରେ ଓଡିଶା ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଅଛି । ଆମ୍ବ ଗାଁ କାର୍ଯ୍ୟକ୍ରମଠାରେ ଆମ ଜଙ୍ଗଲ ଯୋଜନା ଦଳପତି ତଥା ସମାଜ ସେବୀ ପ୍ରଦିପ କୁମାର ସାହୁ, ଏମ.ବି. କେ ସଂଘ ସଭା ନେତ୍ରୀ ସବିତା ନାଗ, ଆଶା ସତ୍ୟବତୀ ମହାଖୁଡ଼, ଦୁଇ ଗୋଟି ଆଞ୍ଚଳିକ ମଞ୍ଚ ସଭାନେତ୍ରୀ କୁନି ମହାଖୁଡ଼ ଓ ସବିତା ମାଝୀ, ସମ୍ପାଦିକା ମଇନା ସୁନା ଓ ସ୍ୱର୍ଣ୍ଣଲତା ମହାଖୁଡ଼ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୋଡାଲ ଅଫିସର ଭାବେ ରୁଦ୍ର ମଣି ସାହୁ ଯୋଗ ଦେଇଥିଲେ । ସି.ଆର.ପି ହରିଣୀ ନାଗ, ମାଧୁରୀ ସୁନା, କୃଷିମିତ୍ର ମମିତା ମହାଖୁଡ଼, ପ୍ରାଣୀମିତ୍ର ଥିପେନ୍ଦ୍ରୀ ସାହୁ ଓ ଅନ୍ୟ ସମସ୍ତ କର୍ମଚାରୀ ଓ ସ୍ୱୟଂ ସହାୟିକା ଗୋଷ୍ଟୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।ସେହିଭଳି ଅନ୍ୟ ୫ ଗୋଟି ଗ୍ରାମରେ ମିଶନ ଶକ୍ତି ବ୍ଲକ ସଂଯୋଜକ ସତ୍ୟବାନ ସାହୁ, ଓଡିଶା ଜୀବିକା ମିଶନର ବି.ପି.ଏମ୍‌ ଦୀପ୍ତି କିଶୋର ନାୟକ, ବ୍ଲକ ସଂଯୋଜକ ବତନ ସିଂ ପାତ୍ର, ଆଦିତ୍ୟ ମହାଖୁଡ଼ ଓ ଲିଭିଙ୍ଗ ଫାର୍ମର ସଂଯୋଜକ ସତ୍ୟବ୍ରତ ପରିଡା ନୋଡାଲ ଅଫିସର ଭାବେ ଯୋଗଦେଇ, ତଦାରଖ କରିବା ସହିତ ଗର୍ଭବତୀ ମା, ଶିଶୁ, ମହିଳା ଓ କିଶୋରୀ ବାଳିକାମାନେ ମୋ ଉପକାରୀ ବଗିଚାରୁ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନ ଓ ସଚେତନ କରିଥିଲେ । ଆସନ୍ତା ୧୨ ଡିସେମ୍ବର ପର୍ଯ୍ୟନ୍ତ ମ. ରାମପୁର ବ୍ଲକର ଆହୁରୀ ୪୪ ଗୋଟି ଗ୍ରାମରେ ଏହି ମହୋତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ସଂଯୋଜକ ଶ୍ରୀ ପରିଡା ।

Leave A Reply

Your email address will not be published.

18 − one =