pakka

ଶୀତବସ୍ତ୍ର ବଣ୍ଟନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ସହାୟତାରେ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବଲାଙ୍ଗିର ମ୍ୟୁନିିସିପାଲିଟି ତରଫରୁ ବଲାଙ୍ଗିର କଂସାରୀପଡା ସ୍ଥିତ ସଦର ଆଶ୍ରୟ ସ୍ଥଳିରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ରୀନା କୁମାରୀ ନାଏକ ଓ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୂଜାରୀ, ଡେଙ୍ଗ ହାଇସ୍କୁଲ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ, ସିଟି ମ୍ୟାନେଜମେଣ୍ଟ ଅଫିସର ଜିତେନ୍ଦ୍ର କୁମାର ଦାଶ ଯୋଗ ଦେଇଥିଲେ । ଏଥିରେ ୫୪ଜଣ ହିତାଧିକାରୀ ଶୀତବସ୍ତ୍ର, ମାକ୍ସ ଆଦି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଜୟ ପଧାନ ପରିଚାଳନା କରିଥିବା ବେଳେ ସଂଜୟ ମଛଖଣ୍ଡ, ଅଜୟ ମଛଖଣ୍ଡ, ମାଧୁରୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 − eleven =