pakka

ବାବା ସାହେବ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଆଦିବାସୀ ଭବନଠାରେ ଗଣ୍ଡାବଜା ପରିବାର ତରଫରୁ ବାବା ସାହେବ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳିତ ହୋଇଯାଇଛି । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଦିଲିପ ବେହେରା ମୁଖ୍ୟ ଅତିଥି, ସାମାଜିକ କର୍ମୀ ଅର୍ଜୁନ ମୁଗ୍ରୀ ମୁଖ୍ୟବକ୍ତା ସମାଜିକ କର୍ମୀ ତରଣୀସେନ ଦିପ, ବନମାଳୀ କାଲସାଏ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଆମ୍ବେଦକର ଦଳିତଙ୍କୁ ସବୁଠୁ ବେଶି ଭଲ ପାଉଥିଲେ । ନିସ୍ପେଷିତଙ୍କ ପାଇଁ ଜୀବନ ଉତ୍ସର୍ଗ କରିଦେଇଥିଲେ । ସମ୍ବିଧାନ ତାଙ୍କର ସବୁଠୁ ବଡ ଅବଦାନ । ଏହା ବଳରେ ଆଜି ସମସ୍ତେ ସମାନ ହିସାବରେ ବଂଚିବା ପାଇଁ ଅଧିକାର ପାଉଛନ୍ତି । ସମ୍ବିଧାନକୁ ସମସ୍ତେ ଜାଣିବା ଉଚିତ, ଶିକ୍ଷା ହିଁ ମଣିଷର ସବୁଠାରୁ ଅମୂଲ୍ୟ ସମ୍ପଦ ଏହାର ପ୍ରମାଣ ସେ କରିଯାଇଛନ୍ତି । ଏଣୁ ସମସ୍ତେ ଶିକ୍ଷାକୁ ଅଗ୍ରାଧିକାର ଦେଇ ସମ୍ବିଧାନର ସୁରକ୍ଷା ଦିଗରେ କାର୍ଯ୍ୟ କଲେ ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ସମ୍ବିଧାନ ପ୍ରତି ବିପଦ ଆସୁଥିବାର ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ତରଣୀସେନ ଦିପ ନିଜ ରଚିତ ଏକ ଆମ୍ବେଦକରଙ୍କ କବିତା ପଠନ କରିଥିବା ବେଳେ ଗାୟକ ଦାରାସିଂ ନାଗ ଆମ୍ବେଦକର ଉପରେ ଏକ ଗୀତ ଶୁଣାଇଥିଲେ । ଶଙ୍କର ନନ୍ଦ ସଭା ପରିଚାଳନା କରିଥିଲେ । ପ୍ରକାଶ ମହାକୁର, ମକାରୁ ମହାନନ୍ଦ, ସନ୍ତୋଷ ନନ୍ଦ, ସଂଜିବ ମୁନା, ବନବିହାରୀ ମୁନା, କେଶନ ମହାନନ୍ଦ, ଶିବ ନନ୍ଦ ସମେତ ଲୋଇସିଂହା ଅଂଚଳର ଶତାଧିକ ଆମ୍ବେଦକର ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

2 × 5 =