pakka

ଗୋଁଣ୍ଡୱାନା ଛାତ୍ର ସଂଗଠନ ଗଠିତ

  • ବିଶ୍ୱ ମୃତ୍ତିକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ମୃତ୍ତିକା ଦିବସ ଅବସରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପୌରାଞ୍ଚଳ ଉପସଭାପତି ଅନୁସୟା ପାତ୍ରଙ୍କ ଅଧକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୌରାଞ୍ଚଳ ଗୋଁଣ୍ଡୱାନା ଛାତ୍ର ସଂଗଠନ(ଜିଏସୟୁ) ଓ ପୌରାଞ୍ଚଳ ଆୟୋଜନ ସମିତି ଗଠନ ହୋଇ ଭଗବାନ ମଲ୍ଲୀକ ଓ ଅନୁସୟା ପାତ୍ର ଯଥାକ୍ରମରେ ସଭାପତି ଭାବେ ଚୟନ ହୋଇଥିଲେ । ସମସ୍ତ କର୍ମକର୍ତ୍ତା ଏକତାର ସହିତ ସମାଜର ଉନ୍ନତି ପାଇଁ ଶପଥ ନେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟୀୟ ସଭ୍ୟ ଗଣେଶ ମାଝୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଶିକ୍ଷା ମହାସଚିବ ମୀନକେତନ ମାଝୀ, ରାଜ୍ୟ ମହିଳା ଉପସଭାପତି ପଙ୍କଜିନୀ ଭୋଇ, ରାଜ୍ୟ ସଭ୍ୟା ଝରଣାରାଣୀ ମଲ୍ଲୀକ, ଜିଲ୍ଲା ମହିଳା ସଭାପତି ଗାୟତ୍ରୀ ଭୋଇ, ଜିଲ୍ଲା ଉପସଭାପତି ଆଦିକନ୍ଦ ଭୋଇ, ଜିଲ୍ଲା ଜି.ଏସ.ୟୁ. ପ୍ରଚାର ସଚୀବ ମକୁନ୍ଦ ଧରୁଆ, ପାଟଣାଗଡ ସଭାପତି ମିହିର ସେନ ଭୁଏ, ରାଜ୍ୟ ସଭ୍ୟା ସଙ୍ଗୀତା ମାଝୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭ୍ୟ ସୁବ୍ରତ କୁଅଁର ପରିଚାଳନା କରିଥିବା ବେଳେ ପୌରାଞ୍ଚଳ ମହାସଚୀବ ନୃପ ଭୋଇ ଧନ୍ୟବାଦ ଦେଇଥିଲେ । କୃଷ୍ଣଚନ୍ଦ୍ର ଧରୁଆ, ପ୍ରମେଦ ମଲ୍ଲୀକ, ଶମ୍ଭୁ ଭୁଷଣ ଗଡନାୟକ, ଦୁଷ୍ମନ୍ତ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven − nine =