pakka

ଅପରାଧୀ ସାବଧାନ : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ, ଘାଇଁ ଘାଇଁ ପଇଁତରା ମାରୁଛି ପୋଲିସ୍‌ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଅପରାଧ ରୋକିବା ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା ବେଳେ ଘାଇଁ ଘାଇଁ ପଇଁତରା ମାରୁଛି ପୋଲିସ୍‌ ଟିମ୍‌ । ସୂଚନାଯୋଗ୍ୟ ଯେ, ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଜଗିବା ପାଇଁ ଏସ୍‌ପି. ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି କରାଯାଇଛି । ଏଥିପାଇଁ ବଲାଙ୍ଗିର ସହରକୁ ୯ ଗୋଟି ଜୋନ୍‌ରେ ଭାଗ କରାଯାଇଛି । ଏଥି ସହିତ ପୋଲିସ ପେଟ୍ରୋଲିଂ ଜୋର୍‌ଦାର୍‌ ଚାଲିଛି । ପ୍ରତି ଜୋନକୁ ଗୋଟିଏ ଲେଖାଏଁ ବାଇକ୍‌ ପେଟ୍ରୋଲିଂ ପାଇଁ ଦିଆଯାଇଥିବା ବେଳେ ୯ ଟି ଜୋନ୍‌କୁ ୫ ଗୋଟି ବୋଲେରୋ ଗାଡ଼ି ପେଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି । କେବଳ ଏତିକି ନୁହେଁ, ସହରରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜଣେ ଡ଼ିଏସପିଙ୍କ ତତ୍ତ୍ୱାବଧାନରେ ୫୦ ଜଣ କନେଷ୍ଟବଳ, ୭ ଜଣ ପୋଲିସ ଅଧିକାରୀ, ୨ ଜଣ ଇନ୍ସପେକ୍‌ଟର ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ୍‌ ରହିଛନ୍ତି । ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଦିନ ୧୧ଟାରେ, ଅପରାହ୍ନ ୫ଟାରେ ଓ ରାତି ୧୦ଟା ୩୦ମି.ରେ ତିନୋଟି ସିପ୍‌ଟ୍‌ରେ ପେଟ୍ରୋଲିଂ ଜାରି ରହିଥିବା ବେଳେ ମହିଳା କନେଷ୍ଟବଳମାନେ କଲେଜ ଓ ସ୍କୁଲ ଆଖାପାଖ ଅଂଚଳରେ ସ୍କୁଟି ସାହାଯ୍ୟରେ ପେଟ୍ରୋଲିଂ କରୁଛନ୍ତି । ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ସଦର ଏସଡିପିଓ ତୋଫାନ ବାଗ ।

Leave A Reply

Your email address will not be published.

2 + two =