pakka

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ କଲେଜ୍‌ ଛକ ଉଦ୍‌ଘାଟିତ : ରୁରାଲଷ୍ଟାର ଭେଟ୍ରାନ୍‌ ଓ ଖଲିଆପାଲି ଜେଏସ୍‌ସି ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଫୁଟବଲ ଖେଲ ଉଦ୍‌ଘାଟିତ ହୋଇଯାଇଛି । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ପୃଷ୍ଟପୋଷକ ଅମନ ନାଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ କମିଟିର ସଭାପତି ପ୍ରଭାତ ଦାସ ଅଧ୍ୟକ୍ଷତା କରିଥିଲେ । ପ୍ରଥମ ଖେଳରେ ଭେଟ୍ରାନ ରୁଲାରଷ୍ଟାର ସଦେଇପାଲି ୪-୦ ଗୋଲରେ ଭେଟ୍ରାନ ବିଏନ୍‌ଏଏ ଜରାସିଂହାକୁ ହରାଇ ବିଜୟୀ ହୋଇଥିଲା । ବିଜୟୀ ଦଳ ତରଫରୁ ପ୍ରଦୀପ ମହାରଣା, ଡି. ସେଠ୍‌, ଶ୍ରୀକର ମିଶ୍ର ଓ ଶିବାନନ୍ଦ ବାଗ ଗୋଲ ସ୍କୋର କରିଥିଲେ । ସୁଦୟ ବାରିକ, ସୁଶାନ୍ତ ନାଗ, ଦେବାଶିଷ ବାଗ ଓ ଜିତୁ କୁମାର ଦଲାଇ ରେଫରୀ ଦାୟିତ୍ୱ ତୁଲାଇଥିଲେ । ସେହିପରି ୟୁଥ୍‌ ଫୁଟବଲ ଖେଳରେ ଖଲିଆପାଲି ଜେଏସ୍‌ସି ବନାମ କାଲସାଏପାଲି ଖେଲ ନିଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକର ସଡନ୍‌ ଡେଥ୍‌ରେ ଖଲିଆପାଲି ବିଜୟୀ ହୋଇଥିଲା । ମୁଖ୍ୟ ଅତିଥିଭାବେ କ୍ରୀଡା ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଇଂ ସୁରେନ୍ଦ୍ର ଭୋଇ, ସାନ୍ତୁନୁ ପୁଜାରୀ ମଞ୍ଚାସୀନ ଥିଲେ । ଖେଳକୁ ସୁଶାନ୍ତ ନାଗ, ଦେବାଶିଷ ବାଗ, ସୁଦୟ ବାରିକ, ଅବଦୁଲ ମୁଜିବ ଖେଳକୁ ପରିଚାଲନା କରିଥିଲେ । କମିଟିର ସମ୍ପାଦକ ହେମନ୍ତ ବେହେରା, କୋଷାଧ୍ୟକ୍ଷ ଗମନିଏଲ ନାଗ୍‌ ସହଯୋଗ କରିଥିଲେ । ସୁବୋଧ ବାଗ, ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା, ଜ୍ୟୋତିରାଜ ନାଗ, ପ୍ରଦୋସ କୁମାର ଦାସ, ସାନ୍ତନୁ ନାଗ, ସର୍ଜୁ ନାଗ, ଏନ୍‌ ଗାବ୍ରିଏଲ ଜେମ୍ସ, ପ୍ରଦ୍ୟୁମ୍ନ ନନ୍ଦ, ଦୁର୍ବାଦଳ ମହାକୁର, ବିଶ୍ୱଜିତ ପାଲ, ଅଶୋକ କୁମାର ସାହୁ, ଡ. ସିଦେ୍ଧଶ୍ୱର ମିଶ୍ର, ସୁନିଲ ବିଶ୍ୱାଲ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ମଙ୍ଗଳବାର ଦିନ ପ୍ରଥମ ଖେଳ କଲେଜ ଛକ ଭେଟ୍ରାନ୍‌ ବନାମ ଚନ୍ଦନଭାଟି ଭେଟ୍ରାନ୍‌ ଓ ଦ୍ୱିତୀୟ ଖେଳ ବିଏମ୍‌ସି ତୁଲସି ନଗର ବନାମ ସମଲେଶ୍ୱରୀ ଗଇନ୍ତଲା ମଧ୍ୟରେ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.

1 × two =