pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ଦଳ ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧିଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଏକାଦଶ ଦିନରେ ନବକିଶୋର କ୍ରିକେଟ କ୍ଳବ ଓ ୟଙ୍ଗ୍‌ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ବିନିମୟରେ ୩୫୦ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବାବୁଲୁ ସେଠୀ ୭୨, ସୌରଭ ସାହୁ ୬୨, ରାହୁଲ ସାହୁ ୬୧ ଓ ରାକେଶ ସାହୁ ୪୭ ରନ୍‌ ସଂଗ୍ରହ କରିଥିଲେ । ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ତରଫରୁ ଆକାଶ ନାଗ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ୩୬.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୫୪ ରନ୍‌ କରିବାର ସକ୍ଷମ ହୋଇଥିଲେ । ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ତରଫରୁ ମାନସ ରଂଜନ ମିଶ୍ର ସର୍ବାଧିକ ୩୭ ରନ୍‌ ଓ ଶୁଭମ ମେହେର ଅପରାଜିତ ୨୫ ରନ୍‌ ସଂଗ୍ରହ କରିଥିଲେ । ଏହି ମ୍ୟାଚ୍‌କୁ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ୧୯୬ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ । ଆଜିର ବିଜୟ ସହ ନବକିଶୋର ଦଳ ସୁପରଲିଗ୍‌କୁ ପହଞ୍ଚିଥିବା ବେଳ ୟଙ୍ଗ୍‌ ଷ୍ଟୁଡେଣ୍ଟଦଳ ପରାଜିତ ହୋଇ ମଧ୍ୟ ସୁପର୍‌ ଲିଗ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ନବକିଶୋର ଦଳ ପକ୍ଷରୁ ସଫଳ ବୋଲର ଭାବେ ଓମ୍‌କାର ମହାନ୍ତି ସର୍ବାଧିକ ୫ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚରେ ବାବୁଲି ସେଠୀ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବା ବେଳେ ଅନ୍‌ଲାଇନ ସ୍କୋରର୍‌ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.

twenty + 11 =