jayashree

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଏଆଇଏସ୍‌ଇସି ପକ୍ଷରୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗତ ୩୦ ଅଗଷ୍ଟରେ ଏକ କନଭେନସନ୍ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । କନଭେନସନ୍‌ର ନିଷ୍ପତ୍ତିକୁ ଭିତ୍ତି କରି ଆଜି ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳ ୭ ଦଫା ବିଶିଷ୍ଟ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଦାବିପତ୍ରର ମୁଖ୍ୟ ଦାବି ଗୁଡିକ ମଧ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରଣୟନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ନୂଆ ବହିକୁ ତୁରନ୍ତ ପ୍ରତ୍ୟାହାର ସହ ଗତବର୍ଷର ବହିରେ ପାଠପଢା, ଏନ୍‌ଇପି ୨୦୨୦ ବାତିଲ, ବିଦ୍ୟାଳୟସ୍ତରରେ ମାତୃଭାଷା ଓ ଇଂରାଜୀକୁ ବାଧ୍ୟତାମୂଳକ କରିବା ତଥା ନୂତନ ଭାବେ ଓଡିଶାକୁ ଭିତ୍ତି କରି ପାଠ୍ୟପୁସ୍ତକ ତିଆରି ପାଇଁ ବିଷୟ ବିଶେଷଜ୍ଞ ମାନଙ୍କୁ ନେଇ ବୋର୍ଡ ଗଠନ କରିବା ଆଦି ଅନ୍ୟତମ । ସଂଗଠନ ତରଫରୁ ପ୍ରକାଶ ଯେ, ଏହି ପାଠ୍ୟ ପୁସ୍ତକ ଗୁଡିକ ଶିକ୍ଷାର ମୂଳଦୁଆକୁ ଧ୍ଵଂସ କରିବ । ତେଣୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ପାଇଁ ରାଜ୍ୟବାସୀଙ୍କୁ ଏକାଠି ସ୍ଵର ଉତ୍ତୋଳନ କରିବା ପାଇଁ ଆହ୍ଵାନ ଦିଆଯାଇଛି ।

Leave A Reply

Your email address will not be published.