csstore

ତୁରେକେଲା ବ୍ଲକର ବିଦ୍ୟାଳୟରେ ପୁରୁଷ ହକି ବିଶ୍ୱ କପ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ଆମ ରାଜ୍ୟ ଓଡ଼ିଶାରେ ଆଜିଠାରୁ ପୁରୁଷ ହକି ବିଶ୍ୱ କପ କଟକ ବାରବାଟି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଅଛି । ଏହି ଅବସରରେ ହକି ଖେଳକୁ ଲୋକପ୍ରିୟତା କରିବା ସହିତ ସମସ୍ତେ ଯେପରି ହକି ଖେଳ ସହିତ ଯୋଡ଼ି ହେବେ ସେଥିପାଇଁ ତୁରେକେଲା ବ୍ଲକର ବିଦ୍ୟାଳୟ ମାନଙ୍କରେ ହକି ସମ୍ବନ୍ଧୀୟ ଚିତ୍ର, ରଙ୍ଗୋଲି, ସାଧାରଣ ଜ୍ଞାନ ପରୀକ୍ଷା ଆଦି ପ୍ରତିଯୋଗିତା କରି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶ, ଶିକ୍ଷକ ମନୋଜ କୁମାର ତାଣ୍ଡୀ, ବିଶେଶ୍ୱର ମୁଦୁଲି, ନରେଶ ତାଣ୍ଡୀ, ବିଜୁଦାସ ମହାନନ୍ଦ, ଜୟ ନାଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ସହିତ ଗାଁରେ ସମସ୍ତେ ପରିକ୍ରମା କରି ହକି ଉପରେ ସଚେତନତା ସୃଷ୍ଟି କରିଥିଲେ । ତା’ପରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ବ୍ଲକର ଲର୍କି, ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁରେକେଲା ବ୍ଲକ କଲୋନି, ବାଞ୍ଜିପାଲି, ବଗବାହାଲ, ବାଗବେଲ, ଗଇନ୍ତାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ହକି ସମ୍ବନ୍ଧୀୟ ପ୍ରତିଯୋଗିତା କରାଯାଇଥିଲା ।

jayashree
Leave A Reply

Your email address will not be published.