pakka

୨୪ ବର୍ଷ କ୍ଷମତାରେ ଥିଲ, କ’ଣ କରିଛ ହିସାବ ଦିଅ : ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍ଏସ୍) : ୨୪ ବର୍ଷ କ୍ଷମତାରେ ଥିଲ, କ’ଣ କରିଛ ହିସାବ ଦିଅ ବୋଲି କହିଛନ୍ତି ସମରେନ୍ଦ୍ର । ବଲାଙ୍ଗିରର ସରଳ ଲୋକଙ୍କଠୁ ଅନେକ ଥର ଭୋଟ୍‌ ହାତେଇବା ପରେ ତାଙ୍କୁ ପ୍ରତାରିତ କରିଛ । ଏପରିକି ଲଗାତାର ୨୪ ବର୍ଷ ପର୍ଯ୍ୟନ୍ତ ବିଧାୟକ, ସାଂସଦ ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲ । କିନ୍ତୁ ବିଧାୟକ ଓ ସାଂସଦ ପାଣ୍ଠି ବ୍ୟତୀତ ଅନ୍ୟ ଗୋଟିଏ ବି ବଡ ପ୍ରକଳ୍ପ ବଲାଙ୍ଗିରକୁ ଆଣି ପାରିଲ ନାହିଁ । କାରଣ ତୁମର ନା’ ଅଛି ଦକ୍ଷତା, ନା’ ଅଛି ଦୂରଦୃଷ୍ଟି । ଆଜି ଜନଆଶୀର୍ବାଦ୍‌ ସଭାରେ ଜନସାଧାରଣଙ୍କୁ ମୁଁ ଅନୁରୋଧ କରିବା ପାଇଁ ଚାହିଁବି ଏପରି ନେତାଙ୍କୁ ଆପଣମାନେ ଆଗାମୀ ନିର୍ବାଚନରେ ବରଖାସ୍ତ କରନ୍ତୁ, କାରଣ ଏମାନଙ୍କ ହାତରେ ଅଂଚଳର ବିକାଶ କେବେ ବି ହୁଏ ନାହିଁ ବୋଲିି କାଲି ସଦର ବ୍ଲକ୍‌ ଅନ୍ତର୍ଗତ ବଡପଦର ଗାଁ , ଖୁଜେନପାଲି ଓ ମାଧିଆପାଲି ପଂଚାୟତରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବ୍ଲକ୍‌ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାମାନଙ୍କରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ଦଳର ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ହାଉସିଂ ବୋର୍ଡକୁ ନେଇ ମିଥ୍ୟା ଉତ୍ତର ରଖିଛନ୍ତି । ଯଦି ଦମ୍ ଅଛି ଗତ ଦେଢ ବର୍ଷ ଭିତରେ ବଲାଙ୍ଗିରରେ ହାଉସିଂ ବୋର୍ଡ ତରଫରୁ କେଉଁ ନୂତନ ପ୍ରକଳ୍ପ କରିଛ ଲୋକଙ୍କୁ ଜଣାଅ । ୯୦ ଦଶକରେ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିବା ହାଉସିଂ ପ୍ରକଳ୍ପକୁ ନେଇ ବିଭ୍ରାନ୍ତ କରନାହିଁ । ଓଲଟା ୯୦ ଦଶକରୁ ନିରବଚ୍ଛିନ୍ନ ଭାବେ କ୍ଷମତାରେ ଥାଇ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଛ ବୋଲି ସମରେନ୍ଦ୍ର ସରକାର ଓ ସରକାରୀ ଦଳର ପ୍ରାର୍ଥୀଙ୍କ ବିରୋଧରେ ଆରୋପ କରିଛନ୍ତି । ଜନ ଆଶିର୍ବାଦ୍‌ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ୨ଟି ଭୋଟ୍‌ ହାତ ଚିହ୍ନରେ ଦେବାକୁ ନିବେଦନ କରିଥିଲେ । ତା ସହ ଏହା ମଧ୍ୟ କହିଥିଲେ ନିର୍ବାଚନରେ ଠିକ୍ ଲୋକ ନିର୍ବାଚିତ ହେଲେ ଅଂଚଳର ବିକାଶ ପ୍ରକ୍ରିୟା ନିରନ୍ତର ଜାରି ରହିବ । ଭୁଲ ଲୋକଙ୍କ ହାତରେ କ୍ଷମତା ରହିଲେ ବଲାଙ୍ଗିର ପୁଣି ୨୪ ବର୍ଷ ତଳକୁ ଫେରିଯିବ ବୋଲି କହିବା ସହ କଂଗ୍ରେସ ସରକାରକୁ ଆସିଲେ ଧାନ କ୍ୱିଣ୍ଟାଲ ୩ ହଜାର ଟଙ୍କା, ମାସିକ ୨୦୦ ୟୁନିଟ୍‌ ବିଜୁଳି ମାଗଣା, ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ, ମହିଳାଙ୍କୁ ମାସିକ ଭତ୍ତା ୨ହଜାର ଟଙ୍କା, ଦଳିତ ମହିଳାଙ୍କୁ ୩ ହଜାର ଟଙ୍କା, ଗ୍ୟାସ୍‌ ସିଲିଣ୍ଡର ଦାମ ୫୦୦ ଟଙ୍କା, ସାମାଜିକ ସୁରକ୍ଷା ଅନ୍ତର୍ଗତ ମାସିକ ଭତ୍ତା ୨ହଜାର ଟଙ୍କାକୁ ବୃଦ୍ଧି, ବେକାରୀ ଭତ୍ତା ୩ ହଜାର ଟଙ୍କା, ୫ ଲକ୍ଷ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କଂଗ୍ରେସ ଦଳ ତରଫରୁ ଗ୍ୟାରେଣ୍ଟି ଦେଇଥିଲେ । ଆଜିର ଏହି ନିର୍ବାଚନୀ ସଭାମାନଙ୍କରେ ବରକାନି ସରପଂଚ ବଳଦେବ ସାହୁ, ବରକାନି ଗଉଁନ୍ତିଆ ଶିବରାମ ମାଝି, କିଶୋର ସିଂ ନିନା, ସୂର୍ଯ୍ୟକାନ୍ତି ସାହୁ, ସତ୍ୟବାନ ସାହୁ, ସନ୍ତୋଷ ନନ୍ଦ, ସରପଂଚ ଶୁକୃ ମହାନନ୍ଦ, ଗଉଁନ୍ତିଆ ସଂକୀର୍ତ୍ତନ ରାଉତ ପ୍ରମୁଖ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

two × 5 =