pakka

ଦଳିତଙ୍କୁ ଅପମାନିତ କରୁଛି ବିଜେଡି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତଙ୍କୁ ବିଜୁ ଜନତା ଦଳ ଅପମାନିତ କରୁଛି ବୋଲି ଆଜି ଜିଲ୍ଲା ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ନେତା ତଥା ପୂର୍ବତନ ବିଏସ୍‌ପି ବଲାଙ୍ଗିର ଶାଖା ସଭାପତି ଦ୍ରୋଣ କୁମ୍ଭାର ଗୁରୁତର ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ ଅନେକ ଆଶା ଆକାଂକ୍ଷା ନେଇ ମୁଁ ଓ ମୋର ଶତାଧିକ ସମର୍ଥକ ବିଜେଡିରେ ଯୋଗଦାନ କରିଥିଲୁ । କିନ୍ତୁ ବିଜେଡି ଦଳ ଦଳିତମାନଙ୍କର ଭାବାବେଗ ସହିତ ଖେଳିବା ସହିତ ସେମାନଙ୍କର ନେତୃତ୍ୱ ବିକାଶରେ ସମ୍ପୂର୍ଣ୍ଣ ବାଧକ ସାଜିଥିବା ଅନୁଭବ କଲୁଁ । ତେଣୁ ଆମେ ସମସ୍ତେ ବିଜେଡି ଦଳ ପରିତ୍ୟାଗ କରୁଛୁ ବୋଲି ସେ ଏହି ସମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ଲଳିତା ଦୀପ, ଜିଲ୍ଲା ଦଳିତ ସମାଜର ପ୍ରତିଷ୍ଠାତା ସଭାପତି ବାସୁଦେବ ମୁଗ୍ରୀ, ହରି ନନ୍ଦ, ଚମ୍ପାଲାଲ କୁମ୍ଭାର, ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

7 + fourteen =