pakka

ବନ୍ଦନାକଟାରେ ରାମଲୀଳା

bbehera

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ବନ୍ଦନାକଟା ଗ୍ରାମରେ ପୌରାଣିକ ରାମାୟଣ କଥାବସ୍ତୁକୁ ନେଇ ରାମଲୀଳା ନାଟକ ମଂଚସ୍ଥ ହୋଇଆସୁଛି । ପବିତ୍ର ଶ୍ରୀରାମ ନବମୀ ତିଥିରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ରାମଙ୍କ ପୂଜା, ରାମାୟଣ ପଠନ, ଭଜନ, କୀର୍ତ୍ତନ, ପାରାୟଣ ସହ ରାତ୍ରିରେ ରାମଲୀଳା ମଂଚସ୍ଥ ହେଉଛି । ରାମାୟଣର ବିଭିନ୍ନ କାଣ୍ଡକୁ ନେଇ ଅତି ସୁନ୍ଦର ଓ ଆକର୍ଷଣୀୟ ନାଟକ ପରିବେଷଣ ହୋଇ ଆସୁଥିବା ବେଳେ ରାମ ଭୂମିକାରେ ବାଳକୃଷ୍ଣ ବାଗ, ଲକ୍ଷ୍ମଣ – ଅଶ୍ୱିନୀ ପଣ୍ଡା, ସୀତା – ପ୍ରଦୀପ ଭୁଏ, ରାବଣ – ବୁଲୁ ପଣ୍ଡା, ମନ୍ଦୋଦରି – ପ୍ରେମରାଜ ପଣ୍ଡା, ମରିଚ – ରଞ୍ଜନ ପଣ୍ଡା, ମନ୍ତ୍ରୀ – ତେଜରାଜ ଷାଣ୍ଡ, ସୁର୍ପଣଖା – ଦିଲ୍ଲୀପ ବିଶ୍ୱାଲ ଅଭିନୟ କରିଛନ୍ତି । ସାଜସଜ୍ଜାରେ ନବକିଶୋର ବିଶ୍ୱାଲ, ଦିଲ୍ଲୀପ ବିଶ୍ୱାଲ, ବାଦ୍ୟଯନ୍ତ୍ରରେ ହୃଷିକେଶ ବଗର୍ତ୍ତି ଓ ସାଥୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

fifteen − 13 =