jsm

ସମାଜସେବୀ, ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି ତଥା ବିଗତ ବିଧାୟକ ପ୍ରାର୍ଥୀ ବିଜେଡି ନେତା ଦ୍ରୋଣ କୁମ୍ଭାର କଂଗ୍ରେସ ଦଳରେ ଯୋଗ ଦେଲେ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର ବେଶ୍ ଜଣାଶୁଣା ସମାଜସେବୀ ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ପ୍ରାର୍ଥୀ, ପୌର ସଫେଇ କର୍ମଚାରୀ ସଂଘ ଏବଂ ଅଟୋଷ୍ଟାଣ୍ଡର ସଭାପତି ଦ୍ରୋଣ କୁମ୍ଭାର ତାଙ୍କ ବହୁ ସହଯୋଗୀଙ୍କ ସହ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି ଓ ଆତ୍ମୀୟତା ଏବଂ ଦୃଢ ନେତୃତ୍ୱ ସହ ବିଧାୟକ ନରସିଂହ ମିଶ୍ରଙ୍କ ଉଦ୍ୟମରେ ହେଉଥିବା ବିକାଶମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶ୍ରୀ କୁମ୍ଭାରଙ୍କ ସହ ବହୁ ବିଜେଡି କର୍ମୀ ଓ ନେତାମାନେ ବିଜେଡି ତ୍ୟାଗ କରି କଂଗ୍ରେସ ଦଳରେ ମିଶି ଯାଇଛନ୍ତି । ଏହି ଅବସରରେ ଯୋଗ ଦେଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ, ଏଠାକାର ରାଜ ପରିବାର ତଥା ଶାସକ ଦଳ ନେତାମାନେ ସବୁବେଳେ ଦଳିତ ଲୋକଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର ଓ ଅପମାନିତ କରି ଆସୁଥିବା ସହ ଦଳିତଙ୍କୁ ସବୁବେଳେ ପ୍ରତାରଣା ଦେଇ ଆସୁଛନ୍ତି । ବିଜୁ ଜନତା ଦଳ ସରକାର ୨୪ ବର୍ଷ ଶାସନ କାଳରେ ସମାଜର ସବୁ ବର୍ଗ ଲୋକ ଅବହେଳିତ ହୋଇ ରହିଛନ୍ତି । ସେଥିପାଇଁ ଆମ ଅଂଚଳର ଉନ୍ନତି ସକାଶେ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଯୋଗୁଁ ବଲାଙ୍ଗିର ନିର୍ବାଚନ ମଣ୍ଡଳିରେ କଂଗ୍ରେସ ଆହୁରି ଶସକ୍ତ ହେବା ସହ ଲୋକଙ୍କ ସେବା କରିବ ବୋଲି କହିଛନ୍ତି । ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତା ଓ କର୍ମୀମାନେ ହେଲେ ବଲାଙ୍ଗିର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ଲଳିତ ଦୀପ, ହରି ନନ୍ଦ, ଜିଲ୍ଲା ଦଳିତ ସମାଜର ସଭାପତି ତଥା ଦଳିତ ଶିକ୍ଷକ ସଂଘର ସଭାପତି ବାସୁଦେବ ମୁଗ୍ରୀ, ଲମ୍ବୋଦର ମହାନନ୍ଦ, ଶୁଶାନ୍ତ ନନ୍ଦ, ଚମ୍ପାଲାଲ କୁମ୍ଭାର, ଦୀପକ ପରିଡା, ସୁଶାନ୍ତ ଛତ୍ରିଆ, ବିଘ୍ନରାଜ କୁମ୍ଭାର, ରମାକାନ୍ତ କୁମ୍ଭାର, ସୁରୁବାବୁ ମୁଗ୍ରୀ, ସନାତନ ନାଏକ, ରାଜେନ୍ଦ୍ର ମିଶ୍ର, ରାମ କବାଟ, ଶିବରାମ ସାହୁ, ସୁବାସ କବାଟ, ବିମ୍ବାଧର ଦୀପ ପ୍ରମୁଖ ।

yuvodaya
Leave A Reply

Your email address will not be published.