pakka

ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର : ଗୋପାଳଜୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର ବୋଲି କହିଛନ୍ତି ଗୋପାଳଜୀ । ବହୁତ ହେଇଗଲା ଦେଶକୁ ଦୁର୍ବଳ କରିବାର ଷଡଯନ୍ତ୍ର। ଦେଶ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷରେ ସାଧାରଣ ଜନତା ପାଇଛି କଣ ? କେବଳ ଜନତାଙ୍କୁ ଭାଗ ଭାଗ କରି ନିଜର ଫାଇଦା ଉଠାଇଛନ୍ତି କଂଗ୍ରେସର ନେତାମାନେ । ଏବେ ଲୋକଙ୍କ ପାଇଁ କାମ କରିବାର ସମୟ । ଦେଶକୁ ଏକତା ସୂତ୍ରରେ ବାନ୍ଧି ଆଗେଇ ନେବାକୁ ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଗଠନ କରିବାକୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଭୋଟ୍‌ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ଗଠନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ବଲାଙ୍ଗିର ବିଧାନସଭା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ । ରାଜ୍ୟର ବିଜେଡି ସରକାର କେନ୍ଦ୍ରର ସବୁ ଯୋଜନାରେ ନିଜର ନାମ ଦେଉଛି । ଏବେ ପ୍ରକୃତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆମକୁ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର । ବଲାଙ୍ଗିରକୁ ଏକ ଶିଳ୍ପ ଓ ଶିକ୍ଷା କେନ୍ଦ୍ର ଭାବରେ ଗଢିବାକୁ, ଯୁବକମାନଙ୍କୁ ରୋଜଗାରର ମାଧ୍ୟମ ଦେବାକୁ, ଶିଳ୍ପ ପ୍ରତିଷ୍ଠା କରିବାକୁ, ବିଶେଷ କରି ବଲାଙ୍ଗିର ସହରକୁ ସୁନ୍ଦର ଭାବରେ ଗଢିବାକୁ ବିଜେପିକୁ ଭୋଟ୍‌ ଦେବାକୁ ଗୋପାଳଜୀ ନିବେଦନ କରିଛନ୍ତି । ଆଜି ବଲାଙ୍ଗିର ସହରର ବିଭିନ୍ନ ପଡା ଅଂଚଳର ଜନଗଣଙ୍କ ସହିତ ଆଲୋଚନା କରି ସେ ଆଗାମୀ ନିର୍ବାଚନରେ ବିଜେପିକୁ ରାଜ୍ୟର ଶାସନଭାର ଦେବାକୁ ଅନୁରୋଧ କରିଛନ୍ତି । ଆଜିର ଏହି ପ୍ରଚାର ସମୟରେ ବିଜେପିର ବହୁ କର୍ମକର୍ତ୍ତା ଗୋପାଲଜୀ ପାଣିଗ୍ରାହୀଙ୍କ ସହ ଥିବା ବେଳେ ଜନସାଧାରଣ ସ୍ୱତନ୍ତ୍ର ଭାବେ ଗୋପାଳଜୀଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା ।

jay balangir
Leave A Reply

Your email address will not be published.

11 − 6 =