pakka

ଏଣିକି ରୋଗୀଙ୍କ ସମ୍ପର୍କୀୟଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ଐତିହାସିକ ପଦକ୍ଷେପ, ଯାହା ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ କରିବା ପାଇଁ ବ୍ୟାପକ ସୁଗମ ବ୍ୟବସ୍ଥା କରିବାକୁ ସରକାର ଘୋଷଣା କରିଛନ୍ତି । ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା । ସୁବିଧା ପ୍ରଦାନ ସହ ପଥ ସୁଗମ କରାଯିବ । ହ୍ୱାଟସ୍‌ଆପ ମାଧ୍ୟମରେ ସମ୍ପର୍କୀୟଙ୍କ ସହ ଭଏସ୍ ମେସେଜ୍ / ଫଟୋ ପ୍ରଦାନ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯିବ । ସମସ୍ତ କୋଭିଡ୍ ହସ୍ପିଟାଲ୍/ କୋଭିଡ୍ କେୟାର କେନ୍ଦ୍ରରେ ୨୪x୭ ହେଲପ୍ ଡେସ୍କ୍ କାର୍ଯ୍ୟକ୍ଷମ ହେବ । କୋଭିଡ୍ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରାଯିବ । ଆବଶ୍ୟକ ସ୍ଥଳେ ରୋଗୀଙ୍କ ନିକଟତମଙ୍କୁ ହ୍ୱାଟସ ଆପ କିମ୍ବା ଏସ୍‌ଏମ୍‌ଏସ୍ ଜରିଆରେ ସ୍ୱାସ୍ଥ୍ୟାବସ୍ଥା ତଥ୍ୟ ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକ ଅନୁସାରେ ସ୍ୱତନ୍ତ୍ର ଭାବରେ ଆବଶ୍ୟକ ସଂଖ୍ୟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

thirteen + fifteen =