jsm

ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଓ ତାଙ୍କ ସଂପର୍କୀୟ ମାନଙ୍କୁ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା କଟକଣା ପାଇଁ ରାଜ୍ୟସରକାର ଶନିବାର ଏବଂ ରବିବାର ସଟଡାଉନ ଘୋଷଣା କରିଛନ୍ତି ।ଯାହାଦ୍ୱାରା ରୋଗୀଙ୍କ ସହିତ ଆସୁଥିବା ସମ୍ପର୍କୀୟମାନେ ଖାଇବାକୁ ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ କରିବାକୁ ଯାଇ ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବା ଚେରିଟେବୁଲ୍ ଟ୍ରଷ୍ଟ ତରଫରୁ ପ୍ରତେକ ଶନିବାର ଏବଂ ରବିବାର ଦିନ ପାଟଣାଗଡ଼ ଏବଂ ବେଳପଡା ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଅଛି । ଆଗକୁ ଏହା ଖପ୍ରାଖୋଲ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହେବ । ଟ୍ରଷ୍ଟ ସଭାପତି ଶ୍ରୀ ସୁନୀଲ କୁମାର ସିଂହଙ୍କ ଆହ୍ୱାନ କ୍ରମେ ଟ୍ରଷ୍ଟ ଉପସଭାପତି ଶ୍ରୀ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କାର୍ୟ୍ୟକ୍ରମରେ ଟ୍ରଷ୍ଟର କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ସିଂହ, ଯୁଗ୍ମ ସମ୍ପାଦକ ଶ୍ରୀ ଘନଶ୍ୟାମ ପଧାନ ମନବୋଧ ବରୀହା, ରୀଙ୍କୁ ନାଗ, ସିଲୁ ସାହୁ, ସୂର୍ୟ୍ୟମଣି ଶବର, ବିପିନ ବିଭାର ବିପିନ ଧାରୁଆ, ସଂଗ୍ରାମ ବାହୁକ ସିପୁନ ଖମାରି ବନମାଳୀ ନାଏକ ଜିତୁ ନାଏକ, ଜନାର୍ଦନ ସିଂ, ନେପାଳ, ବିକାଶ, ମାରୁଆ ସରପଞ୍ଚ ସନ୍ତୋଶିନୀ ବିଶି, ରୋଳିନୀ ଦାସ ପ୍ରମୁଖ ଖାଦ୍ୟ ବଣ୍ଟନ କାର୍ୟ୍ୟକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ଏହି କାର୍ୟ୍ୟକ୍ରମ ସର୍ଟଡାଉନ ଏବଂ ଲକ ଡାଉନ ଥିବାଯାଏ ଜାରି ରହିବ ବୋଲି ଟ୍ରଷ୍ଟ ସଭାପତି ଶ୍ରୀ ସୁନୀଲ କୁମାର ସିଂହ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.