pakka

ଅଦା : ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

bbehera

ଅଦା ସ୍ୱାଦ ଏବଂ ଔଷଧୀୟ ଗୁଣରେ ଭରପୂର । ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କାହିଁ କେଉଁ କାଳରୁ ଅଦାର ବ୍ୟବହାର ଆମ ଆୟୁର୍ବେଦ ଶାସ୍ତ୍ରରେ ରହି ଆସିଛି । ପେଟର ବିଭିନ୍ନ ପ୍ରକାର ସମସ୍ୟା ପାଇଁ ଅଦା ଯେତିକି ଉପକାରୀ କଫ ଓ ଥଣ୍ଡା ରୋଗର ଉପଶମ ପାଇଁ ମଧ୍ୟ ସେତେକି ଫଳପ୍ରଦ ବୋଲି କୁହାଯାଏ । ଅଦାଯୁକ୍ତ ନାଲି ଚା’ ପିଇବା ଦ୍ୱାରା ପେଟ ସଫା ହୁଏ । ଏପରିକି ଗଣ୍ଠି ଦରଜ କମାଇବା କ୍ଷେତ୍ରରେ ମଧ୍ୟ ଅଦାର ଭୂମିକା ରହିଛି । ସବୁଠାରୁ ବଡ଼ କଥା ହେଲା, ମାଇଗ୍ରେନ୍‌ ପାଇଁ ଅଦା ଲାଭକାରୀ ସାବ୍ୟସ୍ତ ହୋଇଛି । କେନ୍‌ସର୍‌ ରୋଗ କୋଷିକାକୁ ବି ନଷ୍ଟ କରିବାରେ ଅଦା ସମର୍ଥ ହୋଇପାରେ ବୋଲି ମଧ୍ୟ ଆୟୁର୍ବେଦିକ ଚିକିତ୍ସକମାନେ ମତ ପୋଷଣ କରନ୍ତି । ଶ୍ୱାସ ରୋଗ ପାଇଁ ଅଦା ବେଶ୍‌ ଲାଭଦାୟକ ସିଦ୍ଧ ହୋଇଛି । ବ୍ଲଡ୍‌ ସୁଗାର୍‌ କମ୍‌ କରିବାରେ ତଥା ଇନ୍‌ସୁଲିନ୍‌ ମାତ୍ରା ବଢ଼ାଇବାରେ ମଧ୍ୟ ଅଦାର ଭୂମିକାକୁ ଗ୍ରହଣ କରାଯାଉଥିବା ବେଳେ ବିଭିନ୍ନ ପ୍ରକାର ହୃଦ୍‌ରୋଗରେ ମଧ୍ୟ ଅଦା ସହଯୋଗୀ ହେଉଥିବା କୁହାଯାଏ । ସେହିପରି ରକ୍ତ ସଫା କରିବାରେ ଅଦାର ପ୍ରୟୋଗ ରହିଥିବା ବୈଦ୍ୟରାଜମାନେ ମତ ଦିଅନ୍ତି । ତେବେ ଅଦା ସେବନ ପ୍ରତି ଆମର ଆଦର ବଳବତ୍ତର ରହିବା ଏକାନ୍ତ ଆବଶ୍ୟକ ।

Leave A Reply

Your email address will not be published.

fourteen + 7 =