pakka

କୋଭିଡ ଡ୍ୟୁଟି ନ କରିବାକୁ ଆଶାକର୍ମୀ ସଂଘର ନିଷ୍ପତ୍ତି : ବିଡ଼ିଓ ଓ ମେଡିକାଲ ଅଫିସରଙ୍କୁ ଦେଲେ ଦାବୀପତ୍ର

bbehera

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଆଶାକର୍ମୀ ମାନେ ଜୀବନକୁ ବାଜି ଲଗାଇ କରୋନା ମହାମାରୀ ପରି ସମୟରେ ବିଭାଗୀୟ ନିର୍ଦେଶ ଅନୁଯାୟୀ ପ୍ରତ୍ୟେକ ଡ୍ୟୁଟି କରିଆସୁଛନ୍ତି । ପୁଣି ବିଗତ ଦୀର୍ଘ ବର୍ଷ ହେଲା କମ ପ୍ରୋତ୍ସାହନ ରାଶି ପାଇ ବି ମାସ ସାରା ବିଭିନ୍ନ ଦାୟିତ୍ୱ ସମ୍ପାଦନ କରୁଛନ୍ତି, ହେଲେ ସେମାନଙ୍କ ପାଇଁ ସ୍ଥାୟୀ ବେତନ ବ୍ୟବସ୍ଥା ନାହିଁ କି ଚାକିରୀର ମଧ୍ୟ ସୁରକ୍ଷା ନାହିଁ । ଏପରିକି ଜୀବନବିମାର ବି ବ୍ୟବସ୍ଥା କରିନାହାନ୍ତି ସରକାର, ତେଣୁ ଆଶାକର୍ମୀ ସଂଘ ଦୀର୍ଘବର୍ଷ ହେଲା କରିଆସୁଥିବା ଦାବୀ ପ୍ରତି ସରକାର ପଦକ୍ଷେପ ନ ନେଲେ କୋଭିଡ ଡ୍ୟୁଟି କରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ବବିତା ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡ଼ିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଧା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସରଙ୍କ ଅନୁପସ୍ଥିତରେ ଡା. ଆଶିଷ ଧରୁଆ ଏବଂ ବ୍ଲକ ଅଧ୍ୟକ୍ଷ ଅରବିନ୍ଦ ଚୌଧୁରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

fourteen − one =