pakka

ମର୍ମନ୍ତୁଦ ହତ୍ୟାକାଣ୍ଡ : ଗୁଳି କାଣ୍ଡରେ ଢ଼ାବା ମାଲିକାଣୀ ମୃତ

ନୂଆପଡ଼ା, (ଗୁରୁଦୟାଲ ହଂସ) : ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁଳି କାଣ୍ଡରେ ଝଣେ ଢ଼ାବା ମାଲିକାଣୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ବାସନ୍ତୀ ଢ଼ାବାରେ ଗୁଳିକାଣ୍ଡ ଘଟିଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ଢ଼ାବାର ମାଲିକାଣୀ ବାସନ୍ତୀ ମେହେର(୫୦)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗୁଳିକାଣ୍ଡ ହେବା ପରେ ବାସନ୍ତୀଙ୍କୁ ସାଙ୍ଗେ ସାଙ୍ଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିଲେ । ଖଡ଼ିଆଳ ପୋଲିସ ଏସଡିପିଓ ସନ୍ତକ ଜେନା ଓ ଖଡି଼ଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 − eight =