pakka

୧୧ ବର୍ଷ ଧରି ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ : ଏବେ ଦୁବାଇରେ ବିକ୍ରୟ ପାଇଁ ପ୍ରସ୍ତୁତି ଚାଲିଥିଲା

ଚଣ୍ଡିଗଡ଼ : ୧୧ ବର୍ଷ ଧରି ଜଣେ ଯୁବତୀ ବଳାତ୍କାରର ଶିକାର ହୋଇ ଆସୁଥିଲେ । ଭୟ ହେତୁ ସହ୍ୟ କରିଥିଲେ ସବୁ ନିର୍ଯ୍ୟାତନା । ଏବେ ଅଭିଯୁକ୍ତ ତାଙ୍କୁ ଦୁବାଇରେ ବିକ୍ରୟ କରିବାକୁ ପ୍ରସ୍ତୁତି ଚଳାଇଥିଲେ । କୌଣସି ପ୍ରକାରେ ସେମାନଙ୍କ କବଳରୁ ମୁକ୍ତ ହୋଇ ପୀଡିତା ପୋଲିସ ପାଖରେ ପହଞ୍ଚିଥିଲେ । କୁଲଦୀପ ସିଂ, ହରଜିତ ସିଂ, ଗୁରୁମେଲ ସିଂ, ହାର୍ଦ୍ଦିକ କୌର, ମନପ୍ରୀତ କୌର ନାମକ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତମାନେ ଭୋକଡା ଗୋନିଆନା ମଣ୍ଡି ଜିଲ୍ଲା ବଠିଣ୍ଡା ଗାଁର ବାସିନ୍ଦା ।

ତେବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂତ୍ରରୁ ପ୍ରକାଶ । ପୀଡିତା ଜଣାଇଛନ୍ତି ଯେ, ଯେତେବେଳେ ତାଙ୍କୁ ପ୍ରଥମ ଥର ବଳାତ୍କାର କରାଯାଇଥିଲା, ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୨୫ ବର୍ଷ । ସେ ୧୧ ବର୍ଷ ଧରି ଏହି ନର୍କର ଶିକାର ହୋଇଛନ୍ତି । ତାଙ୍କ ପିତାମାତା କିଏ ଏବଂ କେଉଁଠାରେ ରୁହନ୍ତି ସେ ଜାଣନ୍ତି ନାହିଁ । ପିଲାଦିନୁ ସେ ଏକୁଟିଆ ବଂଚି ଆସିଛନ୍ତି । ତେବେ ସେ ଚଣ୍ଡିଗଡ଼ର ଏକ ମନ୍ଦିରରେ ରହୁଥିଲେ । ବେଳେବେଳେ ସେ ବୁଦା ଭିତରେ ଏବଂ କେତେବେଳେ ଫୁଟପାଥରେ ଶୋଇଥିଲେ । ସେ ଗୁରୁଦ୍ୱାରରେ ପ୍ରସାଦ ଖାଇ ପେଟ ପୂରାଉଥିଲେ । ୨୦୧୧ରେ ଯେତେବେଳେ ତାଙ୍କୁ ୧୪ ବର୍ଷ ହୋଇଥିଲା, ସେ କୁଲଦୀପ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତା’ପରେ କୁଲଦୀପ ସିଂ ତାଙ୍କୁ ବଠିଣ୍ଡାକୁ ନେଇଗଲେ, ଯେଉଁଠାରେ ସେ ପ୍ରଥମ ଥର ପାଇଁ ତାଙ୍କୁ ବଳାତ୍କାର କରିଥିଲେ । ତାଙ୍କୁ ଏକ କୋଠରୀରେ ରଖିଲେ । କିଛି ଦିନ ପରେ କୁଲଦୀପ ସିଂ ତାଙ୍କୁ ବଳାତ୍କାର ପାଇଁ ସାଙ୍ଗମାନଙ୍କୁ ଡାକିବା ଆରମ୍ଭ କଲେ ଏବଂ ମଦ୍ୟପାନ କରି ଗ୍ୟାଙ୍ଗ-ବଳାତ୍କାର ଚଳାଇଥିଲେ ।

Leave A Reply

Your email address will not be published.

eleven − 4 =