pakka

ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

bbehera

କଳାହାଣ୍ଡି, (ପି.କେ. ସାହୁ) : ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ବଢି ବଢି ଚାଲିଥିବା ବେଳେ ଗତକାଲି ରାତିରେ ପେଟ୍ରୋଲିଂ ବେଳେ କଳାହାଣ୍ଡି ଜିଲ୍ଲା ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରଇଚି କୋକସରା ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ବୋଲେରୋ ଭିତରୁ ପାଖାପାଖି ୪୫.୩୭୫ କିଲୋ ଗଞ୍ଜେଇ ଜବତ ହୋଇଛି । ୩ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଗାଁର ଭିକାରୀ ଖରା, ଗୋବିନ୍ଦ ପୂଝାରୀ ଓ ଅନ୍ୟ ଜଣେ ଯୁବକ ଅଠାଗୁଡା ଗାଁର ଶଙ୍କର ରାଓ କୁଡ଼ା ।

Leave A Reply

Your email address will not be published.

8 − 4 =