pakka

କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ମଙ୍ଗଳ ଯୋଜନାରେ ସରକାରୀ ସହାୟତା ରାଶି ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ବିପତ୍ତି ସମୟରେ ପରିବାରରେ ରୋଜଗାରକ୍ଷମ ଥିବା ବ୍ୟକିଙ୍କ ଜୀବନ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି ପରିବାର ଲୋକେ । ସୂଚନାନୁସାରେ, ଗତ ବର୍ଷ କୋରେନା ମହାମାରୀରେ ଆକ୍ରାନ୍ତ ହୋଇ ବୁର୍ଲା ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ଆରପାରିକି ଚାଲିଗଲେ ଗଣେଶ ଦାସ । ଘଟଣାଟି ବେଳପଡା ବ୍ଲକ ଧୁମାଭଟା ଗ୍ରା.ପ. ଅନ୍ତର୍ଗତ ହଟକଟ ଗ୍ରାମର । ଗଣେଶ ଦାସ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ମୃତ୍ୟୁ ଯୋଗୁଁ ବର୍ତ୍ତମାନ ପରିବାର ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଅସହାୟ ହୋଇପଡିଛନ୍ତି । ପରିବାରର ଚାରି ପ୍ରାଣୀ ନିଜର ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ଦାୟକ ହେବା ସହ କାଠିକର ହୋଇଯାଇଛି । ଏ ଅସହାୟ ଅବସ୍ଥାରେ ଥିବା ଏହି ପରିବାରର ଦୁଃଖଦ ଘଟଣା ଶୁଣି କୋଶଲ ରାଜ୍ୟ ସମନ୍ୱୟ ସମିତିର ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ ମୃତକ ପରିବାରକୁ ଭେଟି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ମୃତକଙ୍କ ବିଧବା ସ୍ତ୍ରୀ ସିନ୍ଦୁସୂତା ଦାସଙ୍କ ଜମାଖାତା ପରିବାର ସମାଜ ମଙ୍ଗଳ ଯୋଜନାରେ ଟ.୨୦,୦୦୦/-(କୋଡିଏ ହଜାର ଟଙ୍କା) ସରକାରୀ ଆର୍ଥିକ ସହାୟତା ରାଶି ଜମା ହୋଇଥିବା ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ଶ୍ରୀ ନାଏକଙ୍କ ଏପରି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

sixteen + 5 =