
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦିନକରେ ୪ଟି ହତ୍ୟାକାଣ୍ଡ । ଅପରାଧୀ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ବେଗୁନିଆପଡ଼ା ଥାନା ଅନ୍ତର୍ଗତ ସୁମଣ୍ଡଲ ଠାରେ ୨ ଭାଇଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ୨ ଭାଇ ହେଲେ ବଡ ଭାଇ ସଞ୍ଜୟ ବାରିକ ଓ ସାନ ଭାଇ ଅଜୟ ବାରିକ । ସେହିପରି ଭଞ୍ଜନଗର ତାରାସିଂଙ୍ଗ ଥାନା ଅନ୍ତର୍ଗତ ବ୍ରହ୍ମଣପଦର ଗାଁରେ ପାରିବାରିକ କଳହରୁ ହତ୍ୟା ହୋଇଛି । ବଡ ଭାଇ ଓ ପୁତୁରା ଆକ୍ରମଣରେ ବଳରାମ ଗୌଡ଼ଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମୃତଦେହ ଘରେ ପଡିଛି । ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ଶନିବାର ସାନଖେମୁଣ୍ଡି ଖଲିଙ୍ଗି ଗାଁରେ ୪ ବର୍ଷର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିବା ଜିଲ୍ଲାର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇଥିବା ଅନୁମାନ କରାଯାଉଛି.