pakka

ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

bbehera

ବାଲିପାଟଣା : ଯୁବ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ପଡିଛି ମୃତଦେହ । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ଛାନ୍‌ଭିନ୍‌ କରୁଛି । ମୃତ ଯୁବ ବ୍ୟବସାୟୀଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଖବର ମିଳିଛି । ସୂଚନା ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ବିଶ୍ୱଜିତ୍‌ ନାୟକଙ୍କ ଘର । ସେ ହୋଟେଲ ବ୍ୟବସାୟ କରୁଥିଲେ । ବିଶ୍ୱଜିତ୍‌ଙ୍କ ବେକରେ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ବିଶ୍ୱଜିତ୍‌ଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଜୋରସୋର ଚର୍ଚ୍ଚା ଚାଲିଛି । କିଏ ଓ କାହିଁକି ବିଶ୍ୱଜିତ୍‌ଙ୍କୁ ହତ୍ୟା କରିଛି ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

jay balangir
Leave A Reply

Your email address will not be published.

three × two =

error: Content is protected !!