pakka

ନିଜ ସ୍ତ୍ରୀକୁ ନୃସଂଶ ଭାବେ ହତ୍ୟା କରି ସ୍ୱାମୀ ଅଟକ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଲରମ୍ଭା ଥାନା ଘୁମେର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି । ରାଏମତୀ ସାହୁ(୬୦) ନାମ୍ନୀ ଜଣେ ବୃଦ୍ଧାଙ୍କୁ ତାଙ୍କ ସ୍ୱାମୀ ଲକ୍ଷୀନ୍ଦ୍ର ସାହୁ (୬୫) ଠେଙ୍ଗାରେ ପିଟି ପିଟି ନୃସଂଶ ଭାବେ ହତ୍ୟା କରିଛନ୍ତି । ଖବର ପାଇ ଲରମ୍ଭା ଥାନା ପୁଲିସ ଲକ୍ଷୀନ୍ଦ୍ରଙ୍କୁ ଅଟକ ରଖିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଘୁମେର ଗାଁର ଲକ୍ଷୀନ୍ଦ୍ର ଓ ତାଙ୍କ ସ୍ତ୍ରୀ ରାଏମତୀ ଟୋଲ ଗୋଟାଇବାକୁ କ୍ଷେତକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଲକ୍ଷୀନ୍ଦ୍ର ଉତ୍ତ୍ୟକ୍ତ ହୋଇ ରାଏମତୀଙ୍କୁ ଠେଙ୍ଗାରେ ବାରମ୍ବାର ପିଟି ଥିଲେ । ଫଳରେ ଘଟଣାସ୍ଥଳରେ ରାଏମତୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଲକ୍ଷୀନ୍ଦ୍ର ଘରକୁ ଆସି କହିବାରୁ ପରିବାର ଲୋକେ ଲରମ୍ଭା ଥାନାକୁ ସୂଚନା ଦେଇଥିଲେ । ରାତି ୮ଟାରେ ପୁଲିସ ପହଞ୍ଚି ମୃତଦେହ ଠାବ କରିଥିଲା । ଲରମ୍ଭା ପୁଲିସ କେସ୍‌ ନଂ. ୮୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ସୁଶାନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

5 × one =