pakka

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆ(୬୮)ଙ୍କ ସ୍ଥାନୀୟ ଆଦର୍ଶପଡା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ପ୍ରାୟ ୧ ବର୍ଷ ହେଲା ସେ ଅସୁସ୍ଥ ଥିଲେ । ୧୯୮୪-୮୫ ମସିହାରେ ସେ ୧୬ ନଂ ୱାର୍ଡ(ବର୍ତ୍ତମାନ ୨୧ ନଂ ୱାର୍ଡ)ର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । କଲେଜ ଛକ ଅଞ୍ଚଳର ଅନେକ ଉନ୍ନୟନ କାମରେ ନିଜକୁ ସଂଶ୍ଲିଷ୍ଟ ରଖିଆସୁଥିଲେ । କିଛି ବର୍ଷ ଧରି ସେ ଘରୋଇ ଠିକାଦାର ଭାବେ କାର୍ଯ୍ୟରତ ଥିଲେ । ଖ୍ରୀଷ୍ଟିୟାନ ସମାଜର ଜଣେ ମୁରବି ସ୍ଥାନୀୟ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

4 − 2 =