pakka

କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଗିରଫ

bbehera

ବାଲିଗୁଡା : କାର୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ଖାଣ୍ଡୁ ପ୍ରଧାନ, ରଞ୍ଜନ ମହାରଣା ଏବଂ କନ୍ଧମାଳ ଜିଲ୍ଲା କ. ନୂଆଗାଁ ଅଞ୍ଚଳର ବାଲ୍ମୀକି ପ୍ରଧାନ । ସୂଚନା ଅନୁସାରେ, ବିଳମ୍ୱିତ ରାତିରେ ପୋଲିସର ପାଟ୍ରୋଲିଂ ଚାଲିଥିବା ବେଳେ ପୂର୍ବ ସୂଚନା ଅନୁଯାୟୀ ବାଦେକେତା ନିକଟରୁ ସୁଇପ ଡିଜାଇର କାର୍‌ରେ ୨୬ କିଲୋଗ୍ରାମ ୫ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ବାଲିଗୁଡା ଥାନାରେ ଏନ. ଡି. ପି. ଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ ।

jay balangir
Leave A Reply

Your email address will not be published.

4 × one =

error: Content is protected !!