pakka

ଜେଆଇଟିଏମ୍‌ର ଶତପ୍ରତିଶତ ପାସ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଏଚ୍‌ଏସ୍‌ଇ (ଦ୍ୱାଦଶ) ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଜେଆଇଟିଏମ୍‌ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ପାସ୍‌ ହାର ଶତପ୍ରତିଶତ ରହିଛି । ୫୯ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ, ୨୦ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ସ୍ଥାନରେ ଏବଂ ଜଣେ ଛାତ୍ର ତୃତୀୟ ସ୍ଥାନରେ ପାସ୍‌ କରିଛନ୍ତି । ଏବର୍ଷ ଚାରିଜଣ ଛାତ୍ରଛାତ୍ରୀ ବିଦ୍ୟାଳୟର ୫୦୦ ମାର୍କ ଗୃପ୍‌ରେ ସ୍ଥାନ ପାଇ ସଫଳତା ହାସଲ କରିଛନ୍ତି । ଛାତ୍ର ଦିବ୍ୟାଂଶୁ ଦାଶ ୮୯ ଶତକଡା ରଖି ପ୍ରଥମ ସ୍ଥାନ, ଶୁଭମ ପ୍ରଧାନ ୮୭ ଶତକଡା ରଖି ଦ୍ୱିତୀୟ ସ୍ଥାନ, ଛାତ୍ରୀ ସନମ ବେହେରା ୮୬ ଶତକଡା ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ର ଦିବ୍ୟାଂଶୁ ଦାଶ ଗଣିତରେ ୧୦୦, ପଦାର୍ଥ ବିଜ୍ଞାନରେ ୯୮ମାର୍କ ଏବଂ ଛାତ୍ରୀ ସନମ ବେହେରା ରସାୟନ ବିଜ୍ଞାନରେ ୯୪ ମାର୍କ ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଚିତ ମାର୍ଗଦର୍ଶନ, ଅଭିଭାବକମାନଙ୍କ ସହଯୋଗ, ସର୍ବୋପରି ବିଦ୍ୟାଳୟ କର୍ତ୍ତୃପକ୍ଷ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡଙ୍ଗୀ, ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ ଏବଂ ଉପାଧ୍ୟକ୍ଷ ଅଙ୍କିତା ଶୁଭ୍ରସ୍ମିତା ଗଡତ୍ୟାଙ୍କର ସଫଳ ପରିଚାଳନା ଯୋଗୁଁ ବିଦ୍ୟାଳୟ ଆଜି ଏହି ଉପଲବ୍ଧି ଲାଭ କରିପାରିଥିବା କୁହାଯାଇଛି ।

Leave A Reply

Your email address will not be published.

15 + fourteen =