ସାମାନ୍ୟ ଝଗଡାରୁ ହତ୍ୟାକାଣ୍ଡ : ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଆନନ୍ଦପୁର : ସାମାନ୍ୟ ଝଗଡାକୁ ନେଇ ହତ୍ୟାକାଣ୍ଡ । ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଖସାପଦା ଗାଁରେ ଜଣେ ଯୁବକକୁ ଶୋଇଥିବା ଅବସ୍ଥାରେ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ହାଣି ହତ୍ୟା କରିଛି । ମୃତକ ଜଣକ ଗାଁର ବିର୍ଜୁ ତନ୍ତିଙ୍କ ୨୫ବର୍ଷିୟ ପୁଅ ଚୈତନ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ସେ ଗତରାଲି ରାତିରେ ନିଜ ଘରଠାରୁ କିଛି ଦୂରରେ ଥିବା ଭଉଣି ଘରେ ଭିଣୋଇ ବାସୁଦେବ ଗାଗାରାଇଙ୍କ ସହ ଗୋଟିଏ ଖଟରେ ଶୋଇଥିଲେ । ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଆଳୁତୁମା ଗାଁର ନାରାୟଣ ଦେହୁରୀଙ୍କ ପୁଅ ପ୍ରହଲ୍ଲାଦ ଘରେ ପଶି ଶୋଇଥିବା ଅବସ୍ଥରେ ଚୈତନ୍ୟଙ୍କ ବେକକୁ ଏକ ଟାଙ୍ଗିଆରେ ହିଣିଥିଲା । ସେହିଠାରେ ହିଁ ଚୈତନ୍ୟଙ୍କ ମୃତ୍ୟୁ ଘଟିଥିଲା । ପୋଲିସ୍ ମୃତଦେହ ଜବତ କରିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଆଜି ଅଭିଯୁକ୍ତ ପ୍ରହଲ୍ଲାଦକୁ ବ୍ରାହ୍ମଣୀପାଳ ରାସ୍ତାରୁ ଗିରଫ କରିଛି ପୋଲିସ । ଗିରଫ ପରେ ଗତରାଲି ଚୈତନ୍ୟ ସହ ପ୍ରହଲ୍ଲାଦର ଝଗଡା ହୋଇଥିବା ଜଣାପଡିଛି । ତେବେ କେଉଁ କାରଣକୁ ନେଇ ଝଗଡା ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ଅବିବାହିତ ହୋଇଥିବା ବେଳେ ହତ୍ୟାକାଣ୍ଡ ପଛରେ ତ୍ରୀକୋଣିୟ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

11 + three =